Page Nav

HIDE

Grid

GRID_STYLE

Classic Header

Breaking News:

latest

ଯୌତୁକ ପାଇଁ ୫ ମାସର ଗର୍ଭବତୀଙ୍କୁ ମାରିଦେଲେ ଶ୍ୱଶୁରଘର ଲୋକ

୨୯।୦୭ସୁଖ ସଂସାରର ସ୍ୱପ୍ନ ଦେଖୁଥିବା ସ୍ତ୍ରୀର ଶରୀରକୁ ମୋଡ଼ାମୋଡ଼ି କରି ସୁଟକେଶରେ ଭର୍ତ୍ତୀ କରି ରାଜରାସ୍ତାରେ ଫୋପାଡ଼ିଲା ସଇତାନ୍ ସ୍ୱାମୀ ।ସମାଜରୁ କିଛି କଳୁଷିତ ପ୍ରଥ...


୨୯।୦୭ସୁଖ ସଂସାରର ସ୍ୱପ୍ନ ଦେଖୁଥିବା ସ୍ତ୍ରୀର ଶରୀରକୁ ମୋଡ଼ାମୋଡ଼ି କରି ସୁଟକେଶରେ ଭର୍ତ୍ତୀ କରି ରାଜରାସ୍ତାରେ ଫୋପାଡ଼ିଲା ସଇତାନ୍ ସ୍ୱାମୀ ।ସମାଜରୁ କିଛି କଳୁଷିତ ପ୍ରଥା ଧିରେ ଧିରେ ଉଭେଇ ଯାଉଥିବା ବେଳେ ଏଯାବତ୍ ଯୌତୁକ ନାମକ ପ୍ରଥାଟି ସନ୍ତରଣ ଅବସ୍ଥାରେ ରହିଛି । ଆଉ ଏହି ଯୌତୁକ ପ୍ରଥା ଯେ କେତେ ନୀରିହାଙ୍କ ଜୀବନ ନେଲାଣି ତାହାର ହିସାବ ନାହିଁ । ମଣିଷ ଯେତେ ଆଧୁନିକ ଦୌଡ଼ରେ ସାମିଲ୍ ହେଲେ ବି ଏଭଳି ଅମାନବୀୟ କାର୍ଯ୍ୟରୁ ନିବୃତ ରହିପାରୁନାହିଁ । ବର୍ତ୍ତମାନ ଗାଜିଆବାଦରୁ ଏଭଳି ଏକ ଲୋମଟାଙ୍କୁରା ଖବର ଆସିଛି , ଯେଉଁଠି କେଇ ଟଙ୍କା ପାଇଁ ମାନବିକତାକୁ ଭୁଲି ବଧୂହତ୍ୟାକାରୀ ସାଜିଛନ୍ତି ଶ୍ୱଶୁରଘର ଲୋକ । ଦୁଃଖର କଥା ହେଉଛି ଗର୍ଭବତୀ ଅବସ୍ଥାରେ ମହିଳାଙ୍କୁ ମାରିବାର କୁକର୍ମ କରିଛି ସଇତାନ ସ୍ୱାମୀ ।ଗତବର୍ଷ ସ୍ୱାମୀ ଶିବମଙ୍କୁ ପ୍ରେମବିବାହ କରିଥିଲେ ମାଳା । ଶିବମଙ୍କ ପରିବାରର ବିନା ସହମତିରେ ଏହି ବିବାହ ହୋଇଥିଲା । ଏକ ଲୁଗା ଶୋ’ରୁମରେ ସେଲସମ୍ୟାନ୍ ଭାବେ କାମ କରୁଥିବା ଶିବମଙ୍କ ହାତ ଧରି ମାଳାଙ୍କ ସଂସାର ଶୁରୁଖୁରୁରେ ଚାଲିଥିଲା । ହେଲେ ବିବାହର କିଛି ମାସ ପରେ ମଉଳିଯାଇଥିଲା ସ୍ୱାମୀର ପ୍ରେମ । ଦମ୍ପତିଙ୍କୁ ଶ୍ୱଶୁରଘରଲୋକ ଗ୍ରହଣ କରିଥିଲେ ବି ବୋହୂକୁ ପ୍ରତିଦିନ ନିର୍ଯାତନାର ଶିକାର ହେବାକୁ ପଡ଼ୁଥିଲା । ପେଟର ୫ ମାସର ଗର୍ଭକୁ ଧରି ମାଳା ପ୍ରତିଦିନ ନିର୍ଯାତନା ସହୁଥିଲେ । ହେଲେ ଅତ୍ୟାଚାର ଏତେ ବଢିଗଲା ଯେ ୨୩ ବର୍ଷୀୟ ମାଳାଙ୍କୁ ଜୀବନରୁ ମାରିବାକୁ ପଛାଇଲେ ନାହିଁ ଶାଶୁଘର ପରିବାର । ବିବାହରେ ବାପଘରୁ ଉପହାରରେ ଆଣିଥିବା ସୁଟକେଶରେ ମୋଡ଼ାମୋଡ଼ି କରି ଗର୍ଭବତୀ ସ୍ତ୍ରୀକୁ ପୁରାଇଲା ସ୍ୱାମୀ । ସୁଖ ସଂସାରର ସ୍ୱପ୍ନ ଦେଖୁଥିବା ମାଳାକୁ ଶବ କରିଦେଲା ସଇତାନ ସ୍ୱାମୀ । ଏହାପରେ ଶବଭର୍ତ୍ତୀ ସୁଟକେଶକୁ ଏନଏଚ୍୍ ୨୪ ଇନ୍ଦ୍ରପୁରମ୍ ରାଜରାସ୍ତାରେ ଛାଡ଼ି ପୁଲିସ୍ ସନ୍ଦେହରୁ ବଂଚିବା ପାଇଁ ନିଖୋଜ ଏତଲା ଦେଲା ଶିବମ୍ । ସ୍ଥାନୀୟ ଲୋକଙ୍କ ସୂଚନାରେ ବୁଧବାର ରାଜରାସ୍ତାରୁ ଉକ୍ତ ସୁଟକେଶକୁ ଉଦ୍ଧାର କରି ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କୁ ଗିରଫ କରିଛି ପୋଲିସ୍ ।

No comments