ଖୋର୍ଧା ଜିଲ୍ଲାରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୪ହଜାର ଟପିଛି। ରାଜ୍ୟ ଓ ଖୋର୍ଧା ଜିଲ୍ଲାରେ ଗତ କିଛିଦିନ ହେବ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳିଛି। ରାଜ୍ୟରେ ସମୁଦା...
ରାଜ୍ୟ ଓ ଖୋର୍ଧା ଜିଲ୍ଲାରେ ଗତ କିଛିଦିନ ହେବ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳିଛି। ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୫୬ହଜାର ୯୩୭କୁ ବୃଦ୍ଧି ପାଇଛି। ରାଜ୍ୟରେ ସଂକ୍ରମଣ କମିଥିଲେ ହେଁ, ମୃତ୍ୟୁ ସଂଖ୍ୟା କମୁନାହିଁ। ଆଜି ୧୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।
ଏହାଛଡ଼ା ଭୁବନେଶ୍ବରରୁ ୩, ପୁରୀ, ସୁନ୍ଦରଗଡ଼ରୁ ୨ ଲେଖାଏଁ, ସମ୍ବଲପୁର, ବାଲେଶ୍ବର, ବଲାଙ୍ଗୀର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୦୫୭କୁ ବୃଦ୍ଧି ପାଇଛି। ଗଞ୍ଜାମରେ ସର୍ବାଧିକ ୨୨୨, ଖୋର୍ଧା ୧୭୯, କଟକ ୮୮, ପୁରୀ ୭୧, ବାଲେଶ୍ବର ୫୯, ସୁନ୍ଦରଗଡ଼ ୪୯, ରାୟଗଡ଼ା ୩୯, ମୟୂରଭଞ୍ଜ ୩୬, ବଲାଙ୍ଗୀର ୨୬, ସମ୍ବଲପୁର ୨୫, ଗଜପତିରେ ୨୪ ଜଣଙ୍କ ମୃତ୍ୟୁ ହୋଇସାରିଛି। ତେବେ ଯେଉଁଭଳି ଭାବେ ପ୍ରତ୍ୟେକ ଦିନ ମୃତ୍ୟୁ ସଂଖ୍ୟା ବଢ଼ୁଛି ତାହା ଉଦ୍ବେଗଜନକ।
ସଂକ୍ରମଣ ଖସିବା ସହିତ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟରେ ଏବେ ପ୍ରାୟ ୯ ପ୍ରତିଶତ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଆଜି ରାଜ୍ୟରେ ୨୭୯୬ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୩୨ହଜାର ୯୮୮ ରହିଛି। ଅପରପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଆଜି ୨୨,୮୩୯କୁ ଖସି ଆସିଛି। ଖୋର୍ଧାରୁ ଆଜି ସର୍ବାଧିକ ୫୮୨ଜଣ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୮୬୧ ହୋଇଛି।


No comments