ନଭେମ୍ବର ସୁଦ୍ଧା ଭାରତକୁ ଆସିଯିବ ୧୦ କୋଟି କରୋନା ଟିକା, Dr. Reddy’s ସହ ହେଲା ଚୁକ୍ତି। ଭାରତରେ Dr. Reddy’s ଲ୍ୟାବ କରୋନାର ୧୦ କୋଟି ଟୀକା ବିକ୍ରି କରିବା ପା...
ଭାରତରେ Dr. Reddy’s ଲ୍ୟାବ କରୋନାର ୧୦ କୋଟି ଟୀକା ବିକ୍ରି କରିବା ପାଇଁ ରୁଷ ନିର୍ମାତା ରିଶିୟାନ ଡାଇରେକ୍ଟର ଇନଭେଷ୍ଟମେଣ୍ଟ ଫଣ୍ଡ ସହିତ ଚୁକ୍ତି କରିଛି। ଏହି ଟୀକା ନଭେମ୍ବର ପର୍ଯ୍ୟନ୍ତ ଭାରତକୁ ଆସିପାରେ। ଏହି ଖବର ଆସିବା ପରେ ବିଏସଇରେ ଡକ୍ଟର ରେଡ୍ଡୀଜ୍ର ସେୟାର ୧୮୧ ବଢି ୪୬୨୪.୪୫ରେ ପହଁଞ୍ଚି ଯାଇଛି।
ଆରଡିଆଇଏଫ୍ ରୁଷର ସ୍ପୁତାନିକ୍ Sputnik V Vaccine ଭାରତରେ କ୍ଲିନିକାଲ ଟ୍ରାଏଲ ଓ ବିତରଣ ପାଇଁ Dr. Reddy’s ଲ୍ୟାବରେଟୋରୀ ସହିତ ଚୁକ୍ତି କରିଛି। ଚୁକ୍ତି ଅନୁସାରେ ରୁଷର କମ୍ପାନୀ ଭାରତରେ Dr. Reddy’sକୁ ୧୦ କୋଟି ଟୀକା ଯୋଗାଇ ଦେବ।
ଆରଡିଆଇଏଫର ସିଇଓ କିରିଲ ଡିମିଟ୍ରଭି କହିଛନ୍ତି, ଟ୍ରାଏଲ ସଫଳ ରହିଲେ ଟିକା ନଭେମ୍ବର ପର୍ଯ୍ୟନ୍ତ ଭାରତରେ ଉପଲବ୍ଧ ହୋଇଯିବ। ଏହି ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ରହିଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭାରତରେ କରିବୁ, ଯାହାଫଳରେ ନିୟାମକ ସର୍ତ୍ତକୁ ପୂରଣ କରିହେବ।


No comments