ବେଙ୍ଗାଲୁରୁ: ଭରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଆଜି ରେକର୍ଡ ସଂଖ୍ୟକ ୩୨ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ଆଇଆଇଏସ୍ସି (ଇଣ୍ଡିଆନ୍ ଇନ୍ଷ...

ବେଙ୍ଗାଲୁରୁ: ଭରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଆଜି ରେକର୍ଡ ସଂଖ୍ୟକ ୩୨ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ଆଇଆଇଏସ୍ସି (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ) ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ଭାରତରେ ଯଦି ସଂକ୍ରମଣ ଏମିତି ବଢ଼ିଚାଲେ ତେବେ ସେପ୍ଟେମ୍ବର ୧ ସୁଦ୍ଧା ଭାରତ ଅତି ଖରାପ୍ ସ୍ଥିତିରେ ରହିବ ଏବଂ ସଂକ୍ରମଣ ମାମଲା ୩୫ ଲକ୍ଷରେ ପହଞ୍ଚିବ। ସେତେବେଳକୁ ଭାରତରେ ୧୦ ଲକ୍ଷ ସକ୍ରିୟ ମାମଲା ଥିବ ।
ଆଇଆଇଏସ୍ସି ପ୍ରଫେସର ଶଶି କୁମାର, ଜି ଦୀପକ ଏସ୍ ଏବଂ ତାଙ୍କ ଟିମ୍ କହିଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା ଭାରତ ୧.୪ ଲକ୍ଷ ମୃତ୍ୟୁ ଦେଖିପାରେ। ନଭେମ୍ବର ୧ ସୁଦ୍ଧା ଭାରତରେ ୧.୨ କୋଟି ସଂକ୍ରମଣ ମାମଲା ଏବଂ ୫ ଲକ୍ଷ ମୃତ୍ୟୁ, ଜାନୁଆରି ୧ ସୁଦ୍ଧା ୨.୯ କୋଟି ମାମଲା ଏବଂ ୧୦ ଲକ୍ଷ ମୃତ୍ୟୁ ହୋଇଥିବ।
ଅତ୍ୟନ୍ତ ଖରାପ ସ୍ଥିତିରେ ଭାରତରେ ମାର୍ଚ୍ଚ ଶେଷ ସୁଦ୍ଧା କରୋନା ସଂକ୍ରମଣର ଶିଖର ଛୁଇଁ ପାରେ। ସେତେବେଳକୁ ଭାରତରେ ୬.୨ କୋଟି ମାମଲା ଥିବ ଏବଂ ୨୮ ଲକ୍ଷ ମୃତ୍ୟୁ ହୋଇଥିବ। ଜାତୀୟ ସଂକ୍ରମଣ ହାରକୁ ଆଧାର କରି ଏହି ଅଧ୍ୟୟନ କରାଯାଇଥିବା ଜଣାପଡ଼ିଛି।

No comments