୨୨।୦୭ ଏତେ ଯୋଜନା ପରେ ହିତାଧିକାରୀ କେଉଁଠୁ ଆସିଲେ ବୋଲି ପ୍ରଶ୍ନ କଲା ବିଜେପି, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ୫ ମାସର ଚାଉଳ-ଡାଲି-ଗହମ ଯୋଗାଣ ଘୋଷଣା...
ସୂଚନାଯୋଗ୍ୟ ଯେ,ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ତଥା ଲକଡାଉନ ଓ ସଟଡାଉନ କରାଯାଉଛି । ଏହି ଲକଡାଉନ ଓ ସଟଡାଉନ ପାଇଁ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପଡ଼ିଛି । ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଓ ଡାଲି ବଣ୍ଟନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ହତାଧିକାରୀଙ୍କୁ ୫ମାସ ଯାଏଁ ମାଗଣା ଚାଉଲ ଡାଲି ମିଳିବ । ମୁଣ୍ଡପିଛା ୫କେଜି ଚାଉଳ, ୧କେଜି ଡାଲି ଯୋଗାଇ ଦିଆଯିବ । ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇରୁ ନଭେମ୍ବର ଯାଏଁ ଚାଉଳ ଓ ଡାଲି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏ ରାଜନୈତିକ ଡ୍ରାମା ବାଜି ବନ୍ଦ କରନ୍ତୁ ବୋଲି ବିଜେପି ନାରା ଦେବା ଆରମ୍ଭ କରିଛି। । କରୋନା ସମସ୍ୟା ମାର୍ଚ୍ଚରୁ ହେଲାଣି । ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ ମାର୍ଚ୍ଚରୁ ଏନ ଏଫ ଏସରେ ଚାଉଳ ଡାଲି ଯୋଗାଇବା ବ୍ୟବସ୍ଥା କରିଛନ୍ତି। ଏଥିରେ ଓଡିଶାର ହିତାଧିକାରୀ ଚାଉଳ ଓ ଡାଲି ପାଇଲେ। ପୁଣି ପ୍ରଧାନମନ୍ତ୍ରୀ ଘୋଷଣା କଲେ ନଭେମ୍ବର ପର୍ଯ୍ୟନ୍ତ ଦିଆଯିବ । ଏଥିରେ ଓଡିଶା ଲୋକ ବି ପାଇବେ ମାର୍ଚ୍ଚ ମାସରୁ ଜୁଲାଇ ଯାଏ କଣ ସରକାର ସ୍ୱପ୍ନ ଦେଖୁଥିଲେ କି। ମାର୍ଚ୍ଚ ରୁ ଏ ଯାଏ ଏମାନଙ୍କ ପରିବାର ଚାଲୁଥିଲା କେମିତି। ଭରଣ ପୋଷଣ ହେଉଥିଲା କେମିତି। ଏହା କେବଳ ରାଜନୈତିକ ବୟାନ ବାଜି। କରୋନା ଭଳି ମହାମାରୀ ସମୟରେ ଗରିବଙ୍କୁ ନେଇ ଉପହାସ ନ କରନ୍ତୁ ବୋଲି ବିଜେପି କହିଛି।

No comments