Page Nav

HIDE

Grid

GRID_STYLE

Classic Header

Breaking News:

latest

ବଜ୍ରାଘାତରେ ମାଆର ମୃତ୍ୟୁ, ଝିଅ ଗୁରୁତର।

୨୩/୦୭:ବ୍ରଜ୍ରାଘାତରେ ଝିଅ ଗୁରୁତର, ମାଆର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣାସାହି ପଞ୍ଚାୟତ ଅଧିନ ଅରିକୁଳ ଡ୍ୟାମ୍‌ ନିକଟରେ ଏଭଳି ଅଭାବନୀ...


୨୩/୦୭:ବ୍ରଜ୍ରାଘାତରେ ଝିଅ ଗୁରୁତର, ମାଆର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣାସାହି ପଞ୍ଚାୟତ ଅଧିନ ଅରିକୁଳ ଡ୍ୟାମ୍‌ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ଖୁଣ୍ଟା ବ୍ଲକ ଲକ୍ଷ୍ମଣାସାହି ପଞ୍ଚାୟତ ଅଧିନ ମାହାଲିବସା ଗ୍ରାମର ହାଡିଆ ମୁର୍ମୁ ଙ୍କ ସ୍ତ୍ରୀ ମାଳତୀ ଟୁଡୁ। ତାଙ୍କ ବୟସ ୫୦ ବର୍ଷ ଏବଂ ବିବାହିତା ଝିଅ ସୁକାନ୍ତି ମୁର୍ମୁ, ତାଙ୍କ ବୟସ ୨୨ ବର୍ଷ। ଗୁରୁବାର ଅପରାହ୍ନରେ ଅରିକୁଳ ଡ୍ୟାମ୍ ନିକଟରେ ଥିବା ଚାଷ ଜମିକୁ କାମ କରିବାକୁ ଯାଇଥିଲେ।

ତେବେ ଚାଷ କାମ ସାରି ଅପରାହ୍ନ ରେ ମା-ଝିଅ ଘରକୁ ଫେରୁଥିବା ବେଳେ ସେହିସ୍ଥାନ ନିକଟରେ ବଜ୍ରାଘାତ ପଡିଥିଲା। ଫଳରେ ଘଟଣାସ୍ଥଳରେ ମାଆ ମାଳତୀର ମୁତ୍ଯୁ ଘଟିଥିବା ବେଳେ ଝିଅ ସୁକାନ୍ତି ଗୁରୁତର ହୋଇପଡିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ମୃତ ମାଆ ଏବଂ ଗୁରୁତର ଝିଅକୁ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରକୁ ନିଆଯାଇଛି। ପରେ ଖବର ପାଇ ଖୁଣ୍ଟା ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ରେ ପହଞ୍ଚି ମୁତ୍ଯୁ ଦେହକୁ ଜବତ କରିଛି।

No comments