Page Nav

HIDE

Grid

GRID_STYLE

Classic Header

Breaking News:

latest

ଚୀନକୁ ଆଉ ଏକ ଶକ୍ତ ଝଟକା ଦେଲା ଭାରତ, କଲର ଟିଭିର ଆମଦାନୀ ଉପରେ ଲାଗିଲା କଟକଣା

୩୧।୦୭:ସରକାର ଚୀନକୁ ଆଉ ଏକ ଝଟକା ଦେଇ ରଙ୍ଗୀନ ଟେଲିଭିଜନ ସେଟ୍‌ର ଆମଦାନୀ ଉପରେ କଟକଣା ଲଗାଇଛନ୍ତି। ଏହାର ଉଦ୍ଦେଶ୍ୟ ଘରୋଇ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ଏବଂ ଅନ୍ୟ...


୩୧।୦୭:ସରକାର ଚୀନକୁ ଆଉ ଏକ ଝଟକା ଦେଇ ରଙ୍ଗୀନ ଟେଲିଭିଜନ ସେଟ୍‌ର ଆମଦାନୀ ଉପରେ କଟକଣା ଲଗାଇଛନ୍ତି। ଏହାର ଉଦ୍ଦେଶ୍ୟ ଘରୋଇ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ଏବଂ ଅନ୍ୟ ଦେଶ ଖାସ୍‌ କରି ଚୀନର ରଙ୍ଗୀନ ଟିଭିର ଆମଦାନୀକୁ ହତୋତ୍ସାହିତ କରିବା ରହିଛି। ଏବେ ଚୀନରୁ ଆଉ ରଙ୍ଗୀନ ଟିଭିର ଆମଦାନୀ ହୋଇ ପାରିବ ନାହିଁ।

କୌଣସି ପ୍ରକାରର ସାମଗ୍ରୀକୁ ପ୍ରତିବନ୍ଧିତ ବର୍ଗରେ ଅନ୍ତର୍ଭୁକ୍ତ କରିବାର ଅର୍ଥ ସେହି ଜିନିଷର ଆମଦାନୀ କରୁଥିବା ବ୍ୟକ୍ତି ହେଉ କି ସଂସ୍ଥାକୁ ପ୍ରଥମେ ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ୍(ଡିଜିଏଫଟି)ରୁ ଲାଇସେନ୍ସ ନେବାକୁ ପଡିବ। ଡିଜିଏଫଟି ବାଣିଜ୍ୟ ମନ୍ତ୍ରଣାଳୟ ଅନ୍ତର୍ଗତ ଆସିଥାଏ। ଭାରତରେ ସର୍ବାଧିକ ଟିଭି ସେଟ୍‌ ଚୀନରୁ ହିଁ ଆମଦାନୀ କରାଯାଏ। ସରକାରଙ୍କ ଏହି ପଦକ୍ଷେପ ପରେ ଚୀନକୁ ଶକ୍ତ ଝଟକା ଲାଗିଛି।

ଚୀନକୁ ପ୍ରତି ମୋର୍ଚ୍ଚାରେ ଜବାବ

ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଚୀନକୁ ଆକ୍ରମଣାତ୍ମକ ଜବାବ ଦେଉଥିବା ବେଳେ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ବି ମୁହଁତୋଡ ଜବାବ ଦିଆଯାଉଛି। ସରକାର ସରକାରୀ ଆମଦାନୀରେ ଚାଇନିଜ କମ୍ପାନୀର ପ୍ରବେଶ ବନ୍ଦ କରିଛନ୍ତି। ଅର୍ଥାତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କୌଣସି ବି ପ୍ରକାରର କ୍ରୟରେ ଚାଇନିଜ କମ୍ପାନୀର ବୋଲି ସାମିଲ ହୋଇ ପାରିବ ନାହିଁ। ଏଲଏସିରେ ଉତ୍ତେଜନା ପୂର୍ବରୁ ଏପ୍ରିଲରେ ଭାରତ ପ୍ରତ୍ୟେକ୍ଷ ବିଦେଶୀ(ଏଫଡିଆଇ) ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ କରିଥିଲା ଯଦ୍ଵାରା କରୋନା ମହାମାରୀରେ ଉତ୍ପନ ସଙ୍କଟଜନକ ସ୍ଥିତିର ଫାଇଦା ଉଠାଇ ଚୀନ କମ୍ପାନୀ ଘରୋଇ କମ୍ପାନୀର ଅଧିଗ୍ରହଣ କରି ନପାରିବ।

ଏହା ପୂର୍ବରୁ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଟିକ୍‌ଟକ୍‌, ହେଲୋ, ୟୁସି ବ୍ରାଉଜର, ସେୟାର ଇଟ୍ ପରି ଚୀନର ୫୯ ମୋବାଇଲ ଆପ୍ସ ଉପରେ କଟକଣା ଲଗାଇ ସାରିଛନ୍ତି। ଭାରତରେ ଏହି ସବୁ ଆପ୍ସର କୋଟି କୋଟି ୟୁଜର୍ସ ଥିଲେ। ପ୍ରତିବନ୍ଧକ ପରେ ଚୀନକୁ ଜୋରଦାର ଝଟକା ଲାଗିଛି।

No comments