ଆପଣ ମାନେ ଜାଣନ୍ତି ପଖାଳ ଆମ ଓ଼ିଶାବାସୀଙ୍କର ପ୍ରିୟ ଖାଦ୍ୟ । କଥା ରେ ଅଛି ମୁଁ ଓଡ଼ିଆ ମୋ ପଖାଳ ବଢ଼ିଆ। ସବୁବେଳେ ଘରେ ଯେତେ କମ୍ ପରିମାଣରେ ଭାତ ରାନ୍ଧିଲେ ମଧ୍ୟ ତା...
ସବୁବେଳେ ଘରେ ଯେତେ କମ୍ ପରିମାଣରେ ଭାତ ରାନ୍ଧିଲେ ମଧ୍ୟ ତାହା ବଳି ଯାଇଥାଏ। ସେହି ବାସୀ ଭାତରେ ପାଣି ମିଶାଇ ତାହାକୁ ପରେ ଖିଆଯାଇଥାଏ। ପଖାଳ ଭାତ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି। ଆମେ ଯେତେବେଳେ ୧୦୦ଗ୍ରାମ ଭାତ ରୋଷେଇ କରିଥାଉ ସେଥିରେ ୩.୪ ମିଲିଗ୍ରାମ ଆଇରନ ରହିଥାଏ। ଯଦି ସମାନ ପରିମାଣର ବାସୀ ଭାତରେ ପାଣି ମିଶାଇ ରଖିବେ ତେବେ ସେଥିରେ ଆଇରନର ମାତ୍ରା ବୃଦ୍ଧି ପାଇ ୭୩.୯୧ ମିଲିଗ୍ରାମ ହୋଇଯିବ। ଏହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଏହାସହ ପଖାଳ ଭାତରେ ସୋଡିୟମ, କ୍ୟାଲସିୟମ୍ର ମାତ୍ରା ବୃଦ୍ଧି ହେବ। ପଖାଳ ଭାତ ଖାଇବା ଦ୍ବାରା ଶରୀରକୁ ଶକ୍ତି ପ୍ରଦାନ କରୁଥିବା ପୋଷକ ତତ୍ତ୍ବ ମିଳିଥାଏ। ଏହା ଖାଇବା ଦ୍ବାରା ସତେଜ ଅନୁଭବ ହୋଇଥାଏ। ପଖାଳ ଭାତ ଖାଇବା ଦ୍ବାରା ଶରୀର ଆଳସ୍ୟ ହେବାର ସମସ୍ୟା ଦୂର ହୋଇଥାଏ। ପଖାଳ ଖାଇବା ଖୁସି ରେ ରହିବା। ଜୟ ଜଗନ୍ନାଥ।....


No comments