Page Nav

HIDE

Grid

GRID_STYLE

Classic Header

Breaking News:

latest

ବାଲିପାଟଣା : ପୁଅ ବିଗାଡ଼ି ଦେଲା ଯୋଜନା, ସଙ୍ଗରୋଧରେ ବାପା ହଟହଟା

ବାଲିପାଟଣା : ବାପା ଲୁଚିଛପି ଭୁବନେଶ୍ବରରୁ ଗାଁ ଅଭିମୁଖେ ବାହାରି ପଡ଼ିଥିଲେ। ମହାମାରୀ କରୋନା ସମୟ‌ରେ ହସ୍ପିଟାଲ୍‌ ଖଟଣି ପରେ ସେ ଟିକିଏ ଭଲ ବିଶ୍ରାମ ଚାହୁଁଥିଲେ। ଗା...

ବାଲିପାଟଣା : ବାପା ଲୁଚିଛପି ଭୁବନେଶ୍ବରରୁ ଗାଁ ଅଭିମୁଖେ ବାହାରି ପଡ଼ିଥିଲେ। ମହାମାରୀ କରୋନା ସମୟ‌ରେ ହସ୍ପିଟାଲ୍‌ ଖଟଣି ପରେ ସେ ଟିକିଏ ଭଲ ବିଶ୍ରାମ ଚାହୁଁଥିଲେ। ଗାଁରେ ପହଞ୍ଚି ସେ ନିଜ ଘରେ ଟିକିଏ ଆରାମ୍‌ରେ ରହିଥାଆନ୍ତେ। କିନ୍ତୁ ପୁଅ ବିଗାଡ଼ି ଦେଲା। ବାପା ଘରେ ପହଞ୍ଚିବା ପୂର୍ବରୁ ପୁଅ ଫୋନ୍‌ କରି ଘରକୁ ଜଣାଇ ଦେଇଥିଲା। ହସ୍ପିଟାଲରେ କାମ କରୁଥିବାରୁ ବାପାଙ୍କୁ ପଞ୍ଚାୟତ ସଙ୍ଗରୋଧରେ ରଖିବାକୁ ପଡ଼ିବ ବୋଲି ଫୋନ୍‌ କରି ଜଣାଇ ଦେଇଥିଲା। ପରିବାରଲୋକେ ସେହି ଅନୁସାରେ ପ୍ରସ୍ତୁତ ହୋଇ ରହିଥିଲେ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇ ଦେଇଥିଲେ। ମାତ୍ର ବାପାଙ୍କୁ ଏକଥା ଜଣାନଥିଲା। ସେ ଗାଁରେ ପହଞ୍ଚୁ ପହଞ୍ଚୁ ଘରକୁ ଯିବେ କ’ଣ ତାଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନିଆଯାଇଥିଲା। ତେଣୁ ଘରେ ଭଲ ବିଶ୍ରାମ କରିବାର ବାପାଙ୍କ ଆଶା ମଉଳି ଯାଇଥିଲା। ଘଟଣାଟି ବାଲିପାଟଣା ମାର୍ଥାପୁର ଓ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ, ନିମାପଡ଼ା ଥାନା ଛେନୁଅ ଅଞ୍ଚଳର ଦୁର୍ଯ୍ୟୋଧନ ସେଠି(୫୨) ଓ ତାଙ୍କ ପୁଅ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି। ପ୍ରାୟ ୨ ମାସ ହେଲା ଦୁର୍ଯ୍ୟୋଧନ ଗାଁକୁ ଯାଇ ପାରିନଥିଲେ। ଆଜି ସକାଳୁ ସେ ପୁଅକୁ କିଛି ନ କହି ଚାଲି ଚାଲି ଗାଁକୁ ବାହାରି ପଡ଼ିଥିଲେ। ତେବେ ପୁଅ କିଛି ସମୟ ପରେ ଏହା ଜାଣି ପାରିଥିଲେ। ହସ୍ପିଟାଲରେ କାମ କରୁଥିବାରୁ କାଳେ କରୋନା ସଂକ୍ରମଣ ହେବ ବୋଲି ଭୟ କରି ସେ ତାଙ୍କ ପରିବାରକୁ ଫୋନ୍‌ କରି ଜଣାଇ ଦେଇଥିଲେ। ବାପାଙ୍କୁ ସଙ୍ଗରୋଧରେ ରଖିବା ପାଇଁ ସରପଞ୍ଚଙ୍କ ସହାୟତା ନେବାକୁ କହିଲେ। ଖବର ସରପଞ୍ଚଙ୍କ ନିକଟରେ ପହଞ୍ଚିବା ପରେ ଦୁର୍ଯ୍ୟୋଧନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ହଟଚମଟ ସୃଷ୍ଟି ହେଲା। ଗାଁକୁ ‌କରୋନା ନେଇ ଆସୁଛନ୍ତି ବୋଲି ଏକ ପ୍ରକାର ଗୁଜବ ସୃଷ୍ଟି ହୋଇଗଲା। ଏମିତିକି ଏହି ଖବର ସଂଲଗ୍ନ ବାଲିପାଟଣା ମାର୍ଥାପୁର ବଜାରରେ ପହଞ୍ଚିଗଲା। ଠିକ୍ ସେତିକିବେଳକୁ ବିଚରା ଦୁର୍ଯ୍ୟୋଧନ ମାର୍ଥାପୁର ବଜାରର ଏକ ଦୋକାନରେ ଚା’ ପିଉଥିଲେ। ଲୋକେ ତାଙ୍କୁ ଦେଖିବା ପରେ ଭୟରେ ଦୂ‌ରେଇ ଯାଇଥିଲେ। କିଛି ସମୟ ପାଇଁ ମାର୍ଥାପୁର ବଜାରରେ ଆତଙ୍କ ଖେଳି ଯାଇଥିଲା। ତେବେ ପରେ ଖବର ପାଇ ଛେନୁଅ ସରପଞ୍ଚ ସେଠାରେ ପହଞ୍ଚି ଦୁର୍ଯ୍ୟୋଧନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନେଇଥିଲେ।

No comments