କୋଭିଡ୍-୧୯ : ଆପଣଙ୍କ ପାଟି ଭିତରେ ଏହି ଚିହ୍ନ ପଡ଼ିଛି କି ? କରୋନା ଲକ୍ଷଣ ହୋଇପାରେ ନୂଆଦିଲ୍ଲୀ : ଥଣ୍ଡା –କାଶ , ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ହେବା କ...
କୋଭିଡ୍-୧୯ : ଆପଣଙ୍କ ପାଟି ଭିତରେ ଏହି ଚିହ୍ନ ପଡ଼ିଛି କି ? କରୋନା ଲକ୍ଷଣ ହୋଇପାରେ
ନୂଆଦିଲ୍ଲୀ : ଥଣ୍ଡା –କାଶ , ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ହେବା କରୋନାର ପ୍ରାରମ୍ଭିକ ଲକ୍ଷଣ ବୋଲି କୁହାଯାଏ । କିଛି ଅଧ୍ୟୟନରେ ଶରୀରରେ ଲାଲ୍ ସ୍ପଟ୍ ପଡ଼ିବା , ଘ୍ରାଣ ଶକ୍ତି ହ୍ରାସ ପାଇବା , ଭ୍ରମ ସ୍ଥିତି ବଢ଼ିବା, ଶୋଇବାରେ ଯନ୍ତ୍ରଣା , ଥରିବା ଓ ବାନ୍ତି ହେବାକୁ ମଧ୍ୟ ସଂକ୍ରମଣର ଲକ୍ଷଣ ଭାବେ ଧରାଯାଇଛି ।
ଏବେ ସ୍ପେନ୍ରେ ହୋଇଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି କି ପାଟି ଭିତରେ ଲାଲ୍ ରଙ୍ଗର ଦାଗ ପଡ଼ିବା ନଜର ଆସିବା ବ୍ୟକ୍ତିର ସାର୍ସ-କୋଭ୍-୨ ଭାଇରସ୍ର ଶିକାର ହେବାର ଇସାରା କରିଥାଏ । ମାଡ୍ରିଡ୍ ସ୍ଥିତ ରେମନ ୱାଇ କାଜଲ ୟୁନିଭର୍ସିଟି ହସ୍ପିଟାଲର ଗବେଷକମାନେ ଜାଣିବାକୁ ପାଇଛନ୍ତି କି କୋଭିଡ୍-୧୯ ସଂକ୍ରମଣରେ ଜଡି଼ତ ଯେଉଁ ରୋଗୀଙ୍କ ହାତ ପାଦରେ ଲାଲ ରଙ୍ଗ ଦାଗ ପଡ଼ିବା ଦେଖାଯାଇଥିଲା , ଏଥି ମଧ୍ୟରୁ ଏକ-ତୃତୀୟାଂଶ ତାଳୁ ଓ ଜିଭର ତଳ ଅଂଶରେ ମଧ୍ୟ ଏମିତି ଚିହ୍ନ ଥିଲା । ଏହି ଚିହ୍ନ ସଂକ୍ରମିତଙ୍କର ଭାଇରସ କବଳରେ ଆସିବା ଏ ଥଣ୍ଡା –କାଶ , ଜ୍ୱର ଓ କମ୍ଫ ଭଳି ଲକ୍ଷଣ ଦେଖାଯିବାର ୨ ସପ୍ତାହ ପରେ ବାହାରି ଥାଏ ।
ଏହି ସ୍ଥିତିରେ କୌଣସି ସଦିଗ୍ଧଙ୍କ ଠାରେ ସଂକ୍ରମଣର ପୁଷ୍ଟି ପାଇଁ ଡାକ୍ତରଙ୍କ ଦ୍ୱାରା ତାର ପାଟିକୁ ବି ପରୀକ୍ଷା କରିବା ଉଚିତ୍। ଅଧ୍ୟୟନ ସମୟର ଗବେଷକମାନେ ହାତ-ପାଦରେ ଲାଲ ରଙ୍ଗର ଚିହ୍ନ ଥିବା ୨୧ ଜଣ ସଂକ୍ରମିତଙ୍କ ଠାରେ ଥିବା ଅନ୍ୟ ଲକ୍ଷଣଙ୍କୁ ବିଶ୍ଳେଷଣ କରିଥିଲେ । ଏହି ସମୟରେ ୭ଜଣ ରୋଗୀଙ୍କ ପାଟି ଭିତରେ ମଧ୍ୟ ଛାଲ ଓ ଲାଲ୍ ଚିହ୍ନ ନଜର ଆସିଥିଲା ।


No comments