Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜଧାନୀ ହଜା‌ରେ ପାର୍‌, ଦିନକରେ ବାହାରିଲେ ୧୨୪ କରୋନା ଆକ୍ରାନ୍ତ ଗଣମାଧ୍ୟମ ସଂସ୍ଥାର ୫ ଆକ୍ରାନ୍ତ, ଆଜି ୧୬ ବସ୍ତିରୁ ଲୋକାଲ କେସ୍‌ ପରିବା କିଣିବା ପାଇଁ ୟୁନିଟ୍‌-...


ରାଜଧାନୀ ହଜା‌ରେ ପାର୍‌, ଦିନକରେ ବାହାରିଲେ ୧୨୪ କରୋନା ଆକ୍ରାନ୍ତ

ଗଣମାଧ୍ୟମ ସଂସ୍ଥାର ୫ ଆକ୍ରାନ୍ତ, ଆଜି ୧୬ ବସ୍ତିରୁ ଲୋକାଲ କେସ୍‌

ଇତିମଧ୍ୟରେ ରାଜଧାନୀ ଭୁବନେଶ୍ବର ଏକ ବିରଳ ରେକର୍ଡ କରିଛି। ମାର୍ଚ୍ଚ ୧୫ରେ ରାଜଧାନୀ ତଥା ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭୁବନେଶ୍ବରରୁ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ୧୦୪୩ରେ ପହଞ୍ଚିଛି। ଚିନ୍ତାର ବିଷୟ, ଗତ ୨୪ ଘଣ୍ଟା ମଧ୍ୟରେ ୧୨୪ ଜଣ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ଲାଗି ଏତେ ସଂଖ୍ୟକ ଆକ୍ରାନ୍ତ ବାହାରିଛନ୍ତି। ଏହି ଆକ୍ରାନ୍ତଙ୍କ ଭିତରୁ ୭୨ଜଣ ସଙ୍ଗରୋଧରୁ ଓ ୫୨ ଲୋକାଲ୍ କେସ୍ ରହିଛି। ୧୦୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୪୫୭ ଜଣ ଇତି ମଧ୍ୟରେ ସୁସ୍ଥ ହୋଇଥିବା ବେଳେ ୫୭୪ଜଣ ଆକ୍ରାନ୍ତ ରହିଛନ୍ତି। ୧୧ଜଣଙ୍କର ମୃତ୍ୟୁ ହୋଇଛି। ଜୁନ୍‌ ୩୦ ସୁଦ୍ଧା ରାଜଧାନୀରେ ଯେତିକି ଆକ୍ରାନ୍ତ ଥିଲେ, ଏବେ ତାହା ହୁ’ ହୁ’ ହୋଇ ବଢ଼ି ଚାଲିଛି। ପ୍ରଥମଥର ଲାଗି ରାଜଧାନୀରେ ଥିବା ଏକ ଗଣମାଧ୍ୟମ ପ୍ରତିଷ୍ଠାନର ୫ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅବଶ୍ୟ ସେମାନେ ସଙ୍ଗରୋଧରେ ରହିଥିବା ବିଏମ୍‌ସି ସୂଚନା ଦେଇଛି।


୫୨ ଲୋକାଲ କେସ୍ ମଧ୍ୟରୁ ଅର୍ଧାଧିକ ୧୬ଟି ବସ୍ତିରୁ ରହିଛନ୍ତି। ଲକ୍ଷ୍ମୀବିହାର ବସ୍ତିରେ ରହୁଥିବା ଏକ ପ୍ରାଇଭେଟ୍ ମେଡିକାଲ୍‌ର ଜଣେ କର୍ମଚାରୀ, ଚିନ୍ତାମଣିଶ୍ବର, ବମିଖାଲ, ବିଶେଶ୍ବର ବସ୍ତିରେ ରହୁଥିବା ଏକ ପ୍ରାଇଭେଟ୍ ମେଡିକାଲ୍‌ର ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ଶୈଳଶ୍ରୀ ବିହାରରୁ ୨ ଜଣ ବାହାରିଥିବା ବେଳେ ଡୁମୁଡୁମାର ମଙ୍ଗଳା ବସ୍ତି, ଇଷ୍ଟକୋଷ୍ଟ ରେଲୱେ, ସହିଦନଗର, ଗଙ୍ଗନଗର, ନୟାପଲ୍ଲୀ ବେହେରା ସାହି, ପାତ୍ରପଡ଼ା ଫୁଲେଶ୍ବର ବସ୍ତିରୁ ଜଣେ ଲେଖାଏ, ନୟାପଲ୍ଲୀ ନୂଆସାହି, ସାଲିଆ ସାହି, ସହିଦନଗରରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସରକାରୀ ହସ୍ପିଟାଲ୍‌ର ଜଣେ ଡ୍ରାଇଭର, ରସୁଲଗଡ଼ ପାଲା ମଣ୍ଡପ, ପଳାଶୁଣୀ, ଆଇଆରସି ଭିଲେଜ୍‌ ତ୍ରିନାଥ ବସ୍ତିରୁ ଜଣେ ଲେଖାଏଁ, ଓଲଡ୍‌ ଟାଉନ୍ ବଡ଼ଦଣ୍ଡାସାହିରୁ ଜଣେ, ଏକ ପ୍ରାଇଭେଟ୍ ମେଡିକାଲ୍‌ର ଜଣେ କର୍ମଚାରୀ ଓ ତାଙ୍କ ପରିବାରର ଦୁଇ ଜଣ, ଚକେଇଶିଆଣିରୁ ଜଣେ, ଗଣପତି ନଗର ଅଞ୍ଚଳରେ ରହୁଥିବା ଏକ ପ୍ରାଇଭେଟ୍ ମେଡିକାଲ୍‌ର ଜଣେ କର୍ମଚାରୀ, ନୟାପଲ୍ଲୀରୁ ଜଣେ, ଲକ୍ଷ୍ମୀ ସାଗରରୁ ଜଣେ, ୟୁନିଟ୍-୪ ଅଞ୍ଚଳରୁ ଜଣେ, ପ୍ରାଇଭେଟ୍ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ମହିଳା, ଆଇଆରସି ଭିଲେଜ, ବୁଦ୍ଧେଶ୍ବରୀ କଲୋନି ଅଞ୍ଚଳ, ଡୁମୁଡୁମା ଏବି କଲୋନି, ୟୁନିଟ୍-୧ ଅଞ୍ଚଳ ଓ କଳିଙ୍ଗନଗର ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ପଟିଆ ଶିଶୁ ବିହାର ଅଞ୍ଚଳ, ଓ ବିଜେବି ନଗର, ଖଣ୍ଡଗିରି କୋଳଥିଆ, ରସୁଲଗଡ଼ ପାଲାମଣ୍ଡପ, ନୟାପଲ୍ଲୀ ସୀତାପଲ୍ଲୀ ଅଞ୍ଚଳ, ଶିରିପୁର ନୂଆସାହି, ପଳାଶୁଣି ସତ୍ୟନଗର ଅଞ୍ଚଳ, ସେଣ୍ଟ୍ରାଲ ହସ୍ପିଟାଲ୍‌ର ସିକ୍ୟୁରିଟି ଗାର୍ଡ, ନୟାପଲ୍ଲୀ, ତେଟା କଲୋନି, ସୂର୍ଯ୍ୟନଗର ବସ୍ତି, ସାଲିଆସାହି ନୀଳାଚକ୍ରନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଡୁମୁଡୁମା ରଘୁନାଥ ନଗର ଅଞ୍ଚଳ ଓ ସେଣ୍ଡାଲ୍ ସରକାରୀ ମେଡିକାଲ୍‌ର ୨ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏହାବ୍ୟତୀତ କ୍ବାରାଣ୍ଟିନ୍‌ରେ ଥିବା ୭୨ଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆଗାଁ ଜେନ୍‌ ସାହିରୁ ସର୍ବାଧିକ ୯ଜଣ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୮ ଜଣ, ସୀତାପୁର ବସ୍ତିରୁ ୫, ୟୁନିଟ୍‌-୪ ମା‌ର୍କେଟ୍‌ରୁ ୪, ଟେଲକୋ କଲୋନିରୁ ୪, ପାତ୍ରପଡ଼ାରୁ ଦୁଇ ଜଣ; ଏହିଭଳି ଭାବେ ୭୨ ଜଣ ବାହାରିଛନ୍ତି। ସେପଟେ ଆଜି ୫୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।


No comments