Page Nav

HIDE

Grid

GRID_STYLE

Classic Header

Breaking News:

latest

କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ୫ମ ସ୍ଥାନରେ ପହଞ୍ଚିଲା ଭାରତ

୩୧।୦୭:ଦେଶରେ କରୋନା ସଂକ୍ରମଣ କମ ହେବାର ନାଁ ନେଉନାହିଁ | ବର୍ତ୍ତମାନ ପ୍ରତିଦିନ ପ୍ରାୟ ୫୦ହଜାର ଲୋକ ଏହି ସଂକ୍ରମଣର ଶିକାର ହେଉଛନ୍ତି। କରୋନାରେ ମୃତ୍ୟୁବରଣ କରିଥିବା...


୩୧।୦୭:ଦେଶରେ କରୋନା ସଂକ୍ରମଣ କମ ହେବାର ନାଁ ନେଉନାହିଁ | ବର୍ତ୍ତମାନ ପ୍ରତିଦିନ ପ୍ରାୟ ୫୦ହଜାର ଲୋକ ଏହି ସଂକ୍ରମଣର ଶିକାର ହେଉଛନ୍ତି। କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ଦେଶ ବନିଛି, ଯେଉଁଠାରେ ଅଧିକାଂଶ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି | ଗୁରୁବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା ଯେ, ଭାରତ ପରି ଏକ ଜନବହୁଳ ଦେଶ ପାଇଁ ଗୋଷ୍ଠୀ ପ୍ରତିରକ୍ଷା ଏକ ରଣନୀତିକ ବିକଳ୍ପ ହୋଇପାରିବ ନାହିଁ, କାରଣ ଏହା ଦ୍ବାରା ଅଧିକ ଲୋକଙ୍କ ଜୀବନ ଯିବ ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ।ଗୁରୁବାର ଦିନ ଭାରତରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୩୫୮୦୦ ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୨୬୬, ତାମିଲନାଡୁରେ ୧୦୦, କର୍ଣ୍ଣାଟକରେ ୮୩, ଆନ୍ଧ୍ରପ୍ରଦେଶରେ ୬୮, ଉତ୍ତରପ୍ରଦେଶରେ ୫୭ ଜଣ ଗୁରୁବାର ଦିନ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏହି ପରିସଂଖ୍ୟାନ ସହିତ କୋରୋନାରେ ମୃତ୍ୟୁବରଣ କରୁଥିବା ରୋଗୀମାନଙ୍କ କ୍ଷେତ୍ରରେ ଭାରତ ବିଶ୍ୱର ପଞ୍ଚମ ଦେଶ ବନିଛି। ମୃତ୍ୟୁ ସଂଖ୍ୟାରେ ଭାରତ ବର୍ତ୍ତମାନ ଇଟାଲୀକୁ ଅତିକ୍ରମ କରିଛି, ଯେଉଁଠାରେ ୩୫୧୩୨ ଜଣଙ୍କର ମୃତ୍ୟୁ ହୋଇଛି। ସାତ ଦିନ ମଧ୍ୟରେ କରୋନାରେ ହାରାହାରି ମୃତ୍ୟୁ ବିଷୟରେ କହିବାକୁ ଗଲେ ଆମେରିକାରେ ପ୍ରତିଦିନ ୧୦୭୫ଲୋକ ମୃତ୍ୟୁବରଣ କରୁଛନ୍ତି ଏବଂ ବ୍ରାଜିଲରେ ୧୦୫୨ଜଣଙ୍କର ମୃତ୍ୟୁ ହେଉଛି। ଏ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ଅଛି, ଯେଉଁଠାରେ ପ୍ରତିଦିନ ୭୩୫ଲୋକ ମୃତ୍ୟୁବରଣ କରୁଛନ୍ତି।

No comments