ଅନୁଗୋଳ: ୨୧/୦୭:ଓଡିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କର ଆଜି ହେବ ଅନ୍ତିମ ସଂସ୍କାର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କର ଶେଷ କୃତ...
ଅନୁଗୋଳ: ୨୧/୦୭:ଓଡିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କର ଆଜି ହେବ ଅନ୍ତିମ ସଂସ୍କାର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କର ଶେଷ କୃତ୍ୟ କରାଯିବ । ଗତ କାଲି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି । ବେଶ୍ କିଛି ଦିନ ହେବ ଅସୁସ୍ଥ ଥିବା ବିଜୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଏକ ଡାକ୍ତରୀ ଦଳ ତାଙ୍କ ଜୀବନ ରକ୍ଷା ପାଇଁ ଉଦ୍ୟମ କରିଥିଲେ । ହେଲେ କିଛି ସମୟ ଚିକିତ୍ସା ପରେ ସେମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦେହ ଭଲ ରହୁ ନଥିବାରୁ କିଛି ମାସ ହେଲା ସେ ଅଭିନୟଠାରୁ ଦୂରେଇ ରହିଥିଲେ ।
୧୯୭୭ରେ ଓଡିଆ ସିନେମା ‘ନାଗଫାଶ’ରୁ କ୍ୟାରିୟର ଆରମ୍ଭ କରିଥିଲେ । ସେହି ବର୍ଷ ‘ଚିଲିକା ତୀରେ’ରେ ମଧ୍ୟ ଅଭିନୟ କରିଥିଲେ ବିଜୟ । ତେବେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଥିବା ବିଜୟ ନାଗ ଫାସ, ସମୟ ବଡ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ ଏବଂ ଚକା ଆଖି ସବୁ ଦେଖୁଛି ଆଦିରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ ବିଜୟ । ତେବେ ନାୟକ, ଖଳ ନାୟକ, କମେଡି, ପାଶ୍ୱର୍ ଅଭିନେତାରେ ନଜର ଆସିଛନ୍ତି ବିଜୟ । କ୍ୟାରିଅୟ ଆରମ୍ଭରୁ ୧୭୫ଟି ସିନେମାରେ ଅଭିନୟ କରିଛନ୍ତି ବିଜୟ । ଖାଲି ଅଭିନୟ ନୁହେଁ ରାଜନୀତିରେ ବି ରୁଚି ରଖିଥିଲେ ସେ । ୨୦୧୪ ଫେବୃୟାରୀ ୨୭ରେ କଂଗ୍ରେସରେ ଯୋଗଦେଇଥିଲେ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ଲଢିଥିଲେ । ଆଜି ହେବ ବିଜୟ ମହାନ୍ତିଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ।


No comments