୨୭।୦୭:ଆସନ୍ତା ୨୯ ତାରିଖ ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ମଧ୍ୟାହ୍ନ ୧୨ଟାରେ ଏକ ସାମ୍ବାଦିକ ସ...
୨୭।୦୭:ଆସନ୍ତା ୨୯ ତାରିଖ ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ମଧ୍ୟାହ୍ନ ୧୨ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବୋର୍ଡର ୨ଟି ୱେବ୍ସାଇଟ୍ ଏବଂ ଏସଏମଏସ ଜରିଆରେ ଛାତ୍ରଛାତ୍ରୀମାନେ ନିଜର ଫଳାଫଳ ଜାଣିପାରିବେ ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ସେହିପରି ଅଗଷ୍ଟ ଶେଷ ଆଡକୁ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗତ ୨୫ ତାରିଖ ଦିନ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଥିଲେ। ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ଘୋଷଣା କରାଯିବ ବୋଲି ହାଜରା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତଦନୁସାରେ ଆଜି ଗଣଶିକ୍ଷା ମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ୨୮୮୮ କେନ୍ଦ୍ରରେ ମୋଟ ୫ଲକ୍ଷ ୬୦ ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।


No comments