Page Nav

HIDE

Grid

GRID_STYLE

Classic Header

Breaking News:

latest

ଅନୁଗୋଳ : ଗ୍ରୀନ ମହାନଦୀ ମିସନ୍ ଫେଲ୍ ମାରିଛି। ମିଳିଲାନି ଟଙ୍କା ୨ ବର୍ଷ ପରେ ବି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ରାଜ୍ଯ ସରକାର୍ ଙ୍କ 'ଗ୍ରୀନ ମହାନଦୀ'ଫେଲ ମାରିଛି । ୨୦୧୮-୧୯ ରେ ହେଇଥିବା ବୃକ୍ଷରୋପଣ ଏବଂ ଚାରା ପାଇଁ ଯେଉ ଖର୍ଚ୍ଚ ହୋଇଥ...




ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ରାଜ୍ଯ ସରକାର୍ ଙ୍କ 'ଗ୍ରୀନ ମହାନଦୀ'ଫେଲ ମାରିଛି । ୨୦୧୮-୧୯ ରେ ହେଇଥିବା ବୃକ୍ଷରୋପଣ ଏବଂ ଚାରା ପାଇଁ ଯେଉ ଖର୍ଚ୍ଚ ହୋଇଥିବା ଅର୍ଥ ଏପରଯ୍ୟନ୍ତ ମିଳିପାରି ନାହିଁ ବନ ବିଭାଗ କର୍ମଚାରୀ ଙ୍କୁ ନିଜ ହାତରୁ ଦେବାକୁ ପଡ଼ିଛି। ଏଇ ଭଳି କୋରୋନା ପରିସ୍ଥିତି ରେ ଏହି ପ୍ରକଳ୍ପ ଉପରେ କାର୍ଯ୍ୟ କରିବାକୁ ଆଉ ସାହସ କରି ପାରୁ ନଥିବା ଜଣା ପଡ଼ିଛି।





ଅନୁଗୁଳ ଜିଲ୍ଲାର ମୁଖ୍ୟତଃ ସାତକୋଶିଆ ବନଖଣ୍ଡ ଓ ଆଠମଲ୍ଲିକ ବନଖଣ୍ଡ ଅଂଚଳ ଦେଇ ମହାନଦୀ ପ୍ରବାହିତ ହୋଇଛି।୨୦୧୮ ମସିହାରେ ଏହି ପ୍ରକଳ୍ପ ଆରମ୍ଭ କରିଥିଲେ ରାଜ୍ୟ ସରକାର। ଏହି ଯୋଜନା ରେ ୨ କିଲୋମଟର ବ୍ୟାପି ଅଞ୍ଚଳ ରେ ବୃକ୍ଷରୋପଣ ଏବଂ ଉଭୟ ସରକାରୀ ଓ ବେସରକାରୀ ଜମି ରେ ଗଛ ଲଗେଇବାର ବ୍ୟବସ୍ଥା ରହିଛି। ମହାନଦୀର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ ନେଇ ଜମି ନମିଳିବା ଓ ଜନ ସମର୍ଥନ ନମିଳିବା ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି। ସଂରକ୍ଷିତ ଜଂଗଲ ଭିତରେ ଗଛ ଲଗାଯାଇପାରିବ ନାହିଁ। ତେଣୁ ସାତକୋଶିଆ ବନଖଣ୍ଡର କେବଳ ଜିଲିଣ୍ଡା ରେଂଜ ଅଂଚଳରେ ମହାନଦୀ ପାର୍ଶ୍ବରେ ଗଛ ଲଗାଯିବା ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ପଦକ୍ଷେପ ନିଆଯାଇଥିଲା। ଜିଲିଣ୍ଡା ରେଂଜ୍‌ର ଅଧା ଅଂଚଳ କଟକ ଜିଲ୍ଲା ଏବଂ ବାକି ଅଧା ଅଂଚଳ ଅନୁଗୁଳ ଜିଲ୍ଲାରେ ରହିଛି। କଟକ ଡିଆରଡିଏ ପକ୍ଷରୁ ଗ୍ରିନ୍‌ ମହାନଦୀ ମିସନରେ ଗଛ ଲଗାଇବାକୁ ଜିଲିଣ୍ଡା ରେଂଜକୁ ଦାୟିତ୍ବ ଦିଆଯାଇଥିଲା। ସାନଗାଁଠାରୁ ବାଲିପୁଟ ମଧ୍ୟ‌ରେ ରାସ୍ତାର ଉଭୟ ପାର୍ଶ୍ବରେ ୨୫ଶହ ଗଛ ଲଗାଯାଇଥିଲା | ଏଥିସହିତ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ୪୦ ହଜାର ଚାରା ବଣ୍ଟାଯାଇଥିଲା। ଏଥିପାଇଁ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ମାତ୍ର ଏଥିରୁ ଏବେସୁଦ୍ଧା ପ୍ରାୟ ୯୦ ହଜାର ଟଙ୍କା ମିଳିଛି। ଅପରପକ୍ଷରେ, ଅର୍ଥ ନମିଳିବାରୁ ସାନଗାଁଠାରୁ ବାଲିପୁଟ ମଧ୍ୟରେ ୧୦ କିଲୋମିଟର ଜାଗାରେ ଲଗାଯାଇଥିବା ଗଛଗୁଡ଼ିକର ଉପଯୁକ୍ତ ଯତ୍ନ ନିଆଯାଇ ପାରିନାହିଁ। ‌ତଥାପି ପାଖାପାଖି ୫୦ ପ୍ରତିଶତ ଗଛ ବଞ୍ଚିଛି ବୋଲି ସେ କହିଛନ୍ତି। ଅର୍ଥ ପ୍ରଦାନରେ ସମସ୍ୟା ଯୋଗୁଁ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପରେ ଆଉ ଗଛ ଲଗାଯାଇ ନାହିଁ । ମହାନଦୀ ତଟରେ ପୁଣି ଜାଗା ସମସ୍ୟା ରହିଛି। ଲୋକମାନଙ୍କଠାରୁ ସମର୍ଥନ ବି ମିଳୁନାହିଁ ବୋଲି ‌ସେ ପ୍ରକାଶ କରିଛନ୍ତି। ତେବେ କାମ୍ପା, ଏମ୍‌ଜିଏନ୍ଆରଇଜିଏସ୍, ଓଇଏମ୍‌ପି ଆଦି ଯୋଜନାରେ ଅନ୍ୟ ଅଂଚଳରେ ଏବେ ବୃକ୍ଷରୋପଣ କରାଯାଉଛି ବୋଲି ସେ କହିଛନ୍ତି।



No comments