Page Nav

HIDE

Grid

GRID_STYLE

Classic Header

Breaking News:

latest

ପ୍ରସାଶନ ପାଖରେ ନାହିଁ ପ୍ରବାସୀ ଙ୍କ ତଥ୍ୟ

ପ୍ରସାଶନ ପାଖରେ ନାହିଁ ପ୍ରବାସୀ ଙ୍କ ତଥ୍ୟ ତାଳଚେର, 17/7:କରୋନା ଲକଡାଉନ୍ ଯୋଗୁଁ ବାହାର ରାଜ୍ଯ ରେ ପଶି ରହିଥିବା ପ୍ରବାସୀ ଓଡିଆ ମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ...

ପ୍ରସାଶନ ପାଖରେ ନାହିଁ ପ୍ରବାସୀ ଙ୍କ ତଥ୍ୟ
ତାଳଚେର, 17/7:କରୋନା ଲକଡାଉନ୍ ଯୋଗୁଁ ବାହାର ରାଜ୍ଯ ରେ ପଶି ରହିଥିବା ପ୍ରବାସୀ ଓଡିଆ ମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡିଶା ଫେରୁଛନ୍ତି। ତେବେ ତାଳଚେର ପୌରାଞ୍ଚଳ କୁ ଆସୁଥିବା ପ୍ରବାସୀ ଙ୍କ ତଥ୍ଯ ପ୍ରଶାସନ ପାଖରେ ନଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ, ବୁଧବାର ରାତି ରେ 4 ଜଣ ଅଜଣା ଲୋକ ବାହାର ରାଜ୍ୟ ରୁ ଆସି ଅନଗୁଳ ରେ ପହଞ୍ଚିଥିଲେ। କୌଣସି ମତେ ସେଠାରୁ ଅଟୋ ଯୋଗେ ତାଳଚେର କୁ ଆସି ପୌରପରିଷଦ କୁ ଫୋନ୍ କରିଥିଲେ ହେଲେ କେହି ଫୋନ ଉଠାଇନଥିଲେ। ସେଠାରୁ ପଚାରି ପଚାରି ସେମାନେ ଭୋକ ଉପାସରେ 3 କିମି ଚାଲି ଚାଲି ଯାଇ କୋଭିଡ୍ ସେଣ୍ଟର ରେ ପହଞ୍ଚିଥିଲେ। ସେଠାରେ କିଛି ଯୁବକ ସେମାନଙ୍କୁ ଚାଲି ଚାଲି ଆସୁଥିବା ଦେଖି ବିରୋଧ କରିଥିଲେ। ତେବେ ରାତି ପ୍ରାୟ 11 ଟା ସମୟରେ କିଛି ସାମ୍ବାଦିକ ବନ୍ଧୁ ସେମାନଙ୍କ ପାଇଁ ଖାଦ୍ୟ ପେୟ ର ବ୍ୟବସ୍ଥା କରିଥିଲେ। ଏ ନେଇ ଗତକାଲି ରାତି ରେ ତାଳଚେର୍ ପୌରପରିଷଦ ନିର୍ବାହୀ ଅଧୀକାରିଣୀ, କୋଭିଡ୍ ସେଣ୍ଟର ନିର୍ବାହ କରୁଥିବା ତହସିଲଦାର, ଉପଜିଲ୍ଲାପାଳ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ଯ ସେମାନେ ଫୋନ ଉଠାଇ ନଥିଲେ। ମାତ୍ର ଆଜି ପୌର ନିର୍ବାହୀ ଅଧୀକାରିଣୀ ଅତସୀ ପରିଡା ଙ୍କୁ ଯୋଗାଯୋଗ କରିବାରୁ ଏ ସଂକ୍ରାନ୍ତ ରେ ଆମ ପାଖରେ କୌଣସି ତଥ୍ଯ ନାହିଁ ବୋଲି କହିଥିଲେ। ତେବେ ବାହାର ଅଞ୍ଚଳ ରୁ ତାଳଚେର ଅଞ୍ଚଳ କୁ କେତେ ଲୋକ ଆସୁଛନ୍ତି ତାହାର ହିସାବ ନ ଥିବା ବେଳେ ଏଠାକୁ କୋଭିଡ୍ ଖର୍ଚ ପାଇଁ ଆସୁଥିବା ଟଙ୍କା କାହା ସ୍ଵାର୍ଥ ରେ ଖର୍ଚ ହେଉଛି ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି।

No comments