Page Nav

HIDE

Grid

GRID_STYLE

Classic Header

Breaking News:

latest

ତାଳଚେର କୋଭିଡ ହସ୍ପିଟାଲ ଆସିବା ବାଟରେ ନାଲକୋ DGM‌ଙ୍କ ମୃତ୍ୟୁ

ତାଳଚେର କୋଭିଡ ହସ୍ପିଟାଲ ଆସିବା ବାଟରେ ନାଲକୋ DGM‌ଙ୍କ ମୃତ୍ୟୁ ଅନୁଗୁଳ ୩୦।୬ : ଅନୁଗୁଳ ନାଲକୋ ଡିଜିଏମଙ୍କ ମୃତ୍ୟୁ ଘଟିଛି। କିଛି ଦିନ ଧରି ତାଙ୍କ ଶରୀର ଅସୁସ...

ତାଳଚେର କୋଭିଡ ହସ୍ପିଟାଲ ଆସିବା ବାଟରେ ନାଲକୋ DGM‌ଙ୍କ ମୃତ୍ୟୁ

ଅନୁଗୁଳ ୩୦।୬ : ଅନୁଗୁଳ ନାଲକୋ ଡିଜିଏମଙ୍କ ମୃତ୍ୟୁ ଘଟିଛି। କିଛି ଦିନ ଧରି ତାଙ୍କ ଶରୀର ଅସୁସ୍ଥ ଥିବାବେଳେ ଛାତିରେ ଯନ୍ତ୍ରଣା ହେଉଥିଲା।‌ ଆଜି ସକାଳ ୬ଟା ବେଳେ ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ନିଆଯାଉଥିଲା। ରାସ୍ତାରେ ଅଚାନକ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମର ଶରୀର କୋଭିଡ ହସ୍ପିଟାଲ ଭିତର କ୍ୟାମ୍ପସରେ ରଖାଯାଇଛି।
ମିଳିଥିବା ସୂଚନାନୁସାରେ ନାଲକୋ ଡିଜିଏମ୍‌ କରୋନା ସଂକ୍ରମିତ ଥିଲେ ବୋଲି କୁହାଯାଉଛି। ଆଜି ସକାଳେ କୋଭିଡ୍ ହସ୍ପିଟାଲକୁ ତାଙ୍କୁ ନିଆଯାଉଥିଲା। ତେବେ ହସ୍ପିଟାଲକୁ ଆସୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଜିଲ୍ଲା ପ୍ରଶାସନ କି ନାଲକୋ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ଦେଇ ନାହାନ୍ତି। ସେ କରୋନା ଆକ୍ରାନ୍ତ ନାଁ ତାଙ୍କ ଦେହ ଅସୁସ୍ଥ ଥିଲା ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ତେବେ ମୃତ୍ୟୁର କାରଣ ସ୍ପଟ ହୋଇନାହିଁ। କୋଭିଡ଼ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

No comments