Page Nav

HIDE

Grid

GRID_STYLE

Classic Header

Breaking News:

latest

ଭୁବନେଶ୍ୱରରେ ଖୋଲିବ ସପିଂ ମଲ:

୦୨।୦୮:ସାଢେ ୪ ମାସ ଧରି ବନ୍ଦ ଥିବା ରାଜଧାନୀ ଭୁବନେଶ୍ୱରର ସପିଂ ମଲ୍ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ବିଜ୍ଞପ୍ତି ଜାରି କରିଛି । ତେବେ କେତେକ କଟକଣା ଭିତରେ ...


୦୨।୦୮:ସାଢେ ୪ ମାସ ଧରି ବନ୍ଦ ଥିବା ରାଜଧାନୀ ଭୁବନେଶ୍ୱରର ସପିଂ ମଲ୍ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ବିଜ୍ଞପ୍ତି ଜାରି କରିଛି । ତେବେ କେତେକ କଟକଣା ଭିତରେ ଏହି ମଲ୍ ଖୋଲିବା ନେଇ କୁହାଯାଇଛି । ମଲ୍ ମଧ୍ୟରେ ଥିବା ସିନେମା ହଲ୍, ଫୁଡ୍ କୋର୍ଟ, ଗେମ୍ ଜୋନ୍ ଓ ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ । ମଲ୍ ପରିସରରେ ଲୋକ ଭିଡ୍ କମାଇବାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଏହି ସ୍ଥାନରେ କୌଣସି ପ୍ରକାର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବ ନାହିଁ । ମଲ୍ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି ।

ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଅତିକମରେ ୬ ଫୁଟ୍ ଦୂରତାକୁ ବାଧ୍ୟତା ମୂଳକ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବାକୁ ମଲ୍ କର୍ତୃପକ୍ଷ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ବାରମ୍ବାର ହାତ ଧୋଇବା ନିୟମ କଡାକଡି ପାଳନ କରିବାକୁ କୁହାଯାଇଛି । ଲୋକଙ୍କୁ ସଚେତନ କରିବା ନେଇ ମଲ୍ରେ ପୋଷ୍ଟର ଲଗାଇବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ମଲ୍ର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ । ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ଅଲଗା ରଖିବାକୁ କୁହାଯାଇଛି । ମଲ୍ ପରିସର, ଟଏଲେଟ୍ ଓ ୱାଶ୍ରୁମ୍କୁ ବାରମ୍ବାର ବିଶୋଧନ କରିବାକୁ କଡାକଡି ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ମଲ୍ ପରିସରରେ ଛେପ ପକାଇବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।
ରାଜ୍ୟରେ କରୋନା ପରୀକ୍ଷାକୁ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଯେଉଁ ଘରୋଇ ହସପିଟାଲ୍, ନର୍ସିଂହୋମ, ଲାବୋରେଟୋରିଗୁଡିକ କୋଭିଡ୍ ପରୀକ୍ଷା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ନିୟମାବଳୀ ଜାରି କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ନଜର ପକାନ୍ତୁ କରୋନା ପରୀକ୍ଷା ପାଇଁ କ’ଣ ରହିଛି ସରକାରଙ୍କ ଗାଇଡଲାଇନ୍ ?

ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଂଟ ଆକ୍ଟରେ ପଂଜିକୃତ ହୋଇଥିବେ

ପରୀକ୍ଷା କରିବା ପାଇଁ ତାଲିମପ୍ରାପ୍ତ କର୍ମଚାରୀ ରହିଥିବେ

ଅନୁଷ୍ଠାନଗୁଡିକରେ ସ୍ୱାବ ସଂଗ୍ରହ ପାଇଁ ସ୍ୱତନ୍ତ୍ର କେନ୍ଦ୍ର ଥିବ

ଆଇସିଏମ୍ଆର ଗାଇଡଲାଇନ୍ ଅନୁସାରେ ସ୍ୱାବ ସଂଗ୍ରହ କରାଯିବ



No comments