Page Nav

HIDE

Grid

GRID_STYLE

Classic Header

Breaking News:

latest

ଆଶ୍ୱସ୍ତି ଆଣିବା ଭଳି ସୂଚନା ମିଳିଛି। ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଓଡ଼ିଶାକୁ କରୋନା କବଳରୁ ମୁକ୍ତି ମିଳିବ।

୦୮।୦୮:ଦିନକୁ ଦିନ ଓଡ଼ିଶାରେ କରୋନାକୁ ନେଇ ଉଦ୍‍ବେଗଜନକ ତଥ୍ୟ ମିଳୁଥିବା ବେଳେ କିଛିଟା ଆଶ୍ୱସ୍ତି ଆଣିବା ଭଳି ସୂଚନା ମିଳିଛି। ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଓଡ଼ିଶା...


୦୮।୦୮:ଦିନକୁ ଦିନ ଓଡ଼ିଶାରେ କରୋନାକୁ ନେଇ ଉଦ୍‍ବେଗଜନକ ତଥ୍ୟ ମିଳୁଥିବା ବେଳେ କିଛିଟା ଆଶ୍ୱସ୍ତି ଆଣିବା ଭଳି ସୂଚନା ମିଳିଛି। ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଓଡ଼ିଶାକୁ କରୋନା କବଳରୁ ମୁକ୍ତି ମିଳିବ। ବର୍ତ୍ତମାନର ସ୍ଥିତି ଅନୁଶୀଳନ ପରେ ଆସନ୍ତା ଦୁଇ ତିନି ମାସ ଭିତରେ କରୋନା ସଂକ୍ରମଣ ନିୟନ୍ତ୍ରଣ ମଧ୍ୟକୁ ଆସିିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍) ନିର୍ଦେଶକ ଡ଼ ଅଜୟ ପରିଡ଼ା କହିଛନ୍ତି। ଅଗଷ୍ଟ ମାସରେ ସଂକ୍ରମଣ ହାର କିଛିଟା ଅଧିକ ରହିବ। ତେବେ ସେପ୍ଟେମ୍ବର ଶେଷ ବେଳକୁ ସଂକ୍ରମଣ ହାର ତଳକୁ ଖସିଆସିବ। ଡ଼ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି ଯେ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ସରକାର କେବଳ ନିୟମ ଲାଗୁ କରିବା ସହ କଟକଣା ଜାରି କରିପାରିବେ। ଜନସାଧାରଣ ସହଯୋଗ କଲେ ସଂକ୍ରମଣ ହାର କମିବ ଆଉ କରୋନାକୁ ଖୁବ୍‍ ଶୀଘ୍ର ପରାସ୍ତ କରିହେବ। ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ବିପଦ ରହିଛି, କିନ୍ତୁ ଏହାକୁ ନେଇ ଲୋକେ ଆତଙ୍କିତ ହେବାର କାରଣ ନାହିଁ। କିଛି ଜିଲାରେ ଏବେ ସଂକ୍ରମଣ ବଢ଼ୁଥିବା ବେଳେ ଅନେକ ସ୍ଥାନରେ ସ୍ଥିରତା ଦେଖା ଦେଇଛି। ଚଳିତ ମାସ ସୁଦ୍ଧା ଏଥିରେ ସ୍ଥିରତା ଦେଖା ଦେବ। ତେଣୁ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା କରୋନା ସଂକ୍ରମଣ ନିିୟନ୍ତ୍ରଣକୁ ଆସିଯାଇ ଥିବ ବୋଲି ସେ କହିଛନ୍ତି।

No comments