Page Nav

HIDE

Grid

GRID_STYLE

Classic Header

Breaking News:

latest

ଆଗକୁ ଆହୁରି ଜୋରରେ ବାର୍ଷିବ। ୫ଟି ଜିଲ୍ଲା ପାଇଁ ସତର୍କ ସୂଚନା। ଆସନ୍ତାକାଲି ସକାଳ ମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ ଓ ଦେବଗଡରେ ପ୍ରବଳରୁ ଅ...

ଆଗକୁ ଆହୁରି ଜୋରରେ ବାର୍ଷିବ। ୫ଟି ଜିଲ୍ଲା ପାଇଁ ସତର୍କ ସୂଚନା।



ଆସନ୍ତାକାଲି ସକାଳ ମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ ଓ ଦେବଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ରେଡ୍‌ ଵାର୍ଣ୍ଣିଂ ଜାରି ସହିତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଏସବୁ ଜିଲ୍ଲାରେ ୨୦ ସେଣ୍ଟିମିଟର ବା ତା’ ଠାରୁ ଅଧିକ ବର୍ଷା ହେବା ବିଚିତ୍ର ନୁହେଁ। ସେହିଭଳି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଂଜରେ ବି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।  

ପାଣିପାଗ ବିଭାଗର ପୂର୍ବାନୁମାନ ସଂପର୍କରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇ ଦେଇଛନ୍ତି। ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ସୂଚାଇ ଦେଇଛି ଯେ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ।

 ପ୍ରଥମ ଲଘୁଚାପର ପ୍ରଭାବ ୨୨ ତାରିଖରେ ଶେଷ ହେବ କିନ୍ତୁ ୨୩ ତାରିଖରେ ଆସୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ଏହାର ସର୍ବାଧିକ ପ୍ରଭାବ କିନ୍ତୁ ୨୪ ତାରିଖ ଅପରାହ୍ନରୁ ୨୫ ତାରିଖରେ ଦେଖାଦେବ। ସେଦିନ ପାଇଁ ଏବେଠାରୁ ଅରେଞ୍ଜ ଵାର୍ଣ୍ଣିଂ ଅର୍ଥାତ୍ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ସୂଚାଇ ଦିଆଯାଇଛି।

No comments