Page Nav

HIDE

Grid

GRID_STYLE

Classic Header

Breaking News:

latest

ଜଣେ ରୋଗୀର ଜୀବନ ବଞ୍ଚାଇବାକୁ ଆମ୍ବୁଲାନ୍ସ ଡ୍ରାଇଭର୍‌ ସାଜିଥିବା ଜଣେ ଡାକ୍ତର ଏବେ ତାଙ୍କର ମହାନତା ପାଇଁ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ସେ ଯେ ଜଣେ ପ୍ରକୃତ କରୋ...

ଜଣେ ରୋଗୀର ଜୀବନ ବଞ୍ଚାଇବାକୁ ଆମ୍ବୁଲାନ୍ସ ଡ୍ରାଇଭର୍‌ ସାଜିଥିବା ଜଣେ ଡାକ୍ତର ଏବେ ତାଙ୍କର ମହାନତା ପାଇଁ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି।



ସେ ଯେ ଜଣେ ପ୍ରକୃତ କରୋନା ଯୋଦ୍ଧା ତାହା ପ୍ରମାଣ କରି ଦେଖାଇଛନ୍ତି। ଜଣେ ଗୁରୁତର ଅସୁସ୍ଥ ବୃଦ୍ଧ କରୋନା ଭାଇରସ୍ ରୋଗୀଙ୍କୁ କେୟାର ସେଣ୍ଟରରୁ ଡାକ୍ତରଖାନାକୁ ଆଣିବା ପାଇଁ ଆମ୍ବୁଲାନ୍ସ ଚାଳକ ବନିବାକୁ ବି ପଛାଇଲେ ନାହିଁ ୩୦ ବର୍ଷିୟ ଡାକ୍ତର ଜଣକ।

କୋଭିଡ୍‌ କେୟାର୍‌ରେ ଚିକିତ୍ସିତ ହେଉଥିବା ୭୧ ବର୍ଷିଅ ବ୍ୟକ୍ତିଙ୍କର ଅମ୍ଳଜାନ ସ୍ତର କମିଯିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଉଥିଲା। ଅଚାନକ ବାଟରେ ଚାଳକ ଅସୁସ୍ଥ ହୋଇଯିବାରୁ ଏପରି ପରିସ୍ଥିତି ଉପୁଜିଥିବା ସୂଚନା ରହିଛି।

ସେ ସୋମବାର ଦିନ ପ୍ରାୟ ୨ ଟା ସମୟରେ ଏକ୍‌ ଫୋନ୍‌ କଲ୍‌ ପାଇଲେ ଯେ ଆକ୍ରାନ୍ତଙ୍କ ଅମ୍ଳଜାନ ସ୍ତରରେ ହ୍ରାସ ଘଟୁଛି। ଡକ୍ଟର ନିକାମ ତା’ପରେ ବରିଷ୍ଠ ଡାକ୍ତରଙ୍କ ସହ ଯୋଗାଯୋଗ କରି ବ୍ୟକ୍ତି ଜଣଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନେବାର ନିଷ୍ପତ୍ତି ନେଇଥିଲେ।

ଆମ୍ବୁଲାନ୍ସ ଚାଳକ ଜଣକ ଗାଡ଼ି ଚଳାଇ ଚଳାଉ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ। ଅନ୍ୟ କେହି ଚାଳକ ସେହି ଗାଡ଼ିରେ ନଥିବାରୁ ଡାକ୍ତର ଜଣକ ବାଧ୍ୟ ହୋଇ ନିଜେ ଡ୍ରାଇଭର୍‌ ସିଟ୍‌କୁ ଯାଇ ଗାଡ଼ି ଚଳାଇଥିଲେ।

No comments