Page Nav

HIDE

Grid

GRID_STYLE

Classic Header

Breaking News:

latest

ନିଯୁକ୍ତି ଆଶାୟୀଙ୍କୁ ସତର୍କ କରାଇଲା କ୍ରାଇମବ୍ରାଞ୍ଚ । ନକଲି ନିଯୁକ୍ତି ୱେବସାଇଟ୍ ଖୋଲି ଲୁଟୁଛନ୍ତି ସାଇବର ଠକ । କଡ଼ା ନଜର ରଖିବାକୁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ

୨୦।୦୮: ଆପଣ ନିଯୁକ୍ତି ଆଶାରେ ସାଇନ୍‌ ଜବ୍ ନାଁରେ ଖୋଲିଥିବା ନିଯୁକ୍ତି ପ୍ରଦାନକାରୀ ୱେବସାଇଟ୍‌ରେ ପଞ୍ଜୀକରଣ କରୁଛନ୍ତି କି? ତେବେ ସାବଧାନ ରୁହନ୍ତୁ। ସାଇବର ଅପରାଧୀ...




୨୦।୦୮: ଆପଣ ନିଯୁକ୍ତି ଆଶାରେ ସାଇନ୍‌ ଜବ୍ ନାଁରେ ଖୋଲିଥିବା ନିଯୁକ୍ତି ପ୍ରଦାନକାରୀ ୱେବସାଇଟ୍‌ରେ ପଞ୍ଜୀକରଣ କରୁଛନ୍ତି କି? ତେବେ ସାବଧାନ ରୁହନ୍ତୁ। ସାଇବର ଅପରାଧୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ନକଲି ୱେବସାଇଟ୍‌ ଜର୍ମାନିରୁ ନିୟନ୍ତ୍ରଣ କରାଯାଉଛି। ଆଉ ପ୍ରାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ କୌଶଳକ୍ରମେ ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ। କ୍ରାଇମବ୍ରାଞ୍ଚ ଏଭଳି ଏକ ନକଲି ୱେବସାଇଟ୍‌ ଠାବ କରିଥିବାବେଳେ ରାଜ୍ୟର କୌଣସି ନିଯୁକ୍ତି ଆଶାୟୀ ଏହି ୱେବସାଇଟ୍‌ରେ ନାଁ ପଞ୍ଜୀକରଣ ନ କରିବାକୁ ସତର୍କ କରି ଦେଇଛି। ଜିଲ୍ଲା ଏସ୍‌ପିମାନଙ୍କୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ସାଇବର ଅପରାଧୀ ଗ୍ୟାଙ୍ଗ https://www.shinejob.tech/ ନାଁରେ ଏକ ନକଲି ୱେବସାଇଟ୍‌ ପ୍ରସ୍ତୁତ କରିଛନ୍ତି। କେହି ଆଶାୟୀ ନିଯୁକ୍ତି ଲୋଭରେ ଆବେଦନ କଲେ ତୁରନ୍ତ ୱେବସାଇଟ୍‌ରେ ଆବେଦନକାରୀଙ୍କ ସମ୍ପୂର୍ଣ୍ଣ ପରିଚୟ, କ୍ରେଡିଟ୍‌ କାର୍ଡ ଏବଂ ସିଭିଭି ନମ୍ବର ଦାଖଲ କରିବାକୁ ନିର୍ଦ୍ଦେଶ ଆସୁଛି। ଏଥିପାଇଁ ୧୦ ଟଙ୍କା ଦେୟ ଲାଗୁଛି। ଏହାପରେ ପିନ୍ ନମ୍ବର ଦେବା ପାଇଁ ଆଉ ଏକ ୱେବପେଜ୍ ଲିଙ୍କ ଖୋଲୁଛି। ଶେଷରେ ୱେବ୍‌ ପେଜ୍‌ରେ ପେମେଣ୍ଟ ଗେଟ୍‌ୱେ ଏରର୍‌ ଲେଖୁଛି। ତେବେ ଏହି ଠକ ୱେବସାଇଟ୍‌ କ୍ରାଇମବ୍ରାଞ୍ଚ ନଜରକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଦେଇଛି। ତଦନ୍ତ ପରେ ଏହି ୱେବସାଇଟ୍‌ର ଆଇପି ଆଡ୍ରେସ ଜର୍ମାନିର ବୋଲି ଜଣାପଡ଼ିଛି। ବିଦେଶୀ ମୁଦ୍ରା ୱେବସାଇଟ୍‌ ମାଧ୍ୟମରେ ସଂଗ୍ରହ କରାଯାଉଛି। ୱେବସାଇଟ୍‌ରେ ପେମେଣ୍ଟ ଗେଟ୍‌ୱେ ଏରର୍‌ ଲେଖୁଥିଲେ ହେଁ ଏହି ସମୟ ଭିତରେ ଉକ୍ତ ୱେବସାଇଟ୍‌ ଗ୍ରାହକଙ୍କ ସମ୍ପୂର୍ଣ୍ଣ ପରିଚୟ, କ୍ରେଡିଟ୍ କାର୍ଡ ତଥ୍ୟ ଏବଂ ସିଭିଭି ନମ୍ବର ସହିତ ପେଟେମ୍ ପିନ୍ ବ୍ୟବହାର କରି ନିଯୁକ୍ତି ଆଶାୟୀଙ୍କ ଜମାଖାତାରୁ ଟଙ୍କା ଉଠାଇ ନେଉଛି।
ବାସ୍ତବରେ https://www.shine.com/ ୱେବସାଇଟ୍‌ ଅସଲି। ମାତ୍ର ଉପରେ ଉଲ୍ଲେଖ ହୋଇଥିବା ନକଲି ୱେବସାଇଟ୍‌ ମାଧ୍ୟମରେ ସାଇବର ଅପରାଧୀ ନିଯୁକ୍ତି ଆଶାୟୀ ପ୍ରାର୍ଥୀଙ୍କ ଟଙ୍କା ଲୁଟି ନେଉଛନ୍ତି। ତେଣୁ କୌଣସି ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ୱେବସାଇଟ୍‌କୁ ଭଲ ଭାବେ ଯା଼ଞ୍ଚ କରି ଆବେଦନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। ୱେବ୍‌ ଆଡ୍ରେସକୁ ଅତି ଚତୁରତାର ସହିତ ସାଇବର ଅପରାଧୀ ନକଲି କରୁଛନ୍ତି। ତେଣୁ କୌଣସି ୱେବସାଇଟ୍‌ରେ ଏଟିଏମ୍‌ କାର୍ଡ, ଡେବିଟ୍‌ କାର୍ଡ ତଥ୍ୟ, ସିଭିଭି ନମ୍ବର, ପେଟେମ ପିନ୍ ନମ୍ବର ନ ଦେବାକୁ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଲକ୍‌ଡାଉନ୍‌ ସମୟରେ ଏଭଳି ନକଲି ୱେବସାଇଟ୍‌ ମାଧ୍ୟମରେ ନିଯୁକ୍ତି ଯୋଗାଇବା ଆଳରେ ଏକାଧିକ ଠକେଇ ମାମଲା କ୍ରାଇମବ୍ରାଞ୍ଚରେ ରୁଜୁ ହେବା ପରେ ଆଜି ଏହି ୱେବସାଇଟ୍‌ର କଳା କାରନାମା ଧରାପଡ଼ିଥିବା ସୂଚନା ମିଳିଛି।

No comments