Page Nav

HIDE

Grid

GRID_STYLE

Classic Header

Breaking News:

latest

ଆଜି ର ରାଶିଫଳ ୦୪/୦୮/୨୦୨୦

ମେଷ: ଉନ୍ନତିର ନୂଆ ମାର୍ଗ ଖୋଲିବ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ: ଇଷ୍ଟଦେବଙ୍କ ଧୢାନରେ ମ...




ମେଷ: ଉନ୍ନତିର ନୂଆ ମାର୍ଗ ଖୋଲିବ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।


ବୃଷ: ଇଷ୍ଟଦେବଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ରୋଜଗାର ଲାଗି ସୁଯୋଗ ଆସିବ। ମାତା ପିତା ପିଲାମାନଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ।

ମିଥୁନ: କାର୍ଯ୍ୟ ବ୍ୟସ୍ତତାରେ ଦିନଟି ବିତିବ। ଉଚ୍ଚ ପଦାଧିକାରୀଙ୍କ ସହିତ ବ୍ୟବହାରରେ ଶାଳୀନତା ରଖନ୍ତୁ। ଧନ ମାମଲାରେ ସ୍ଥିତି ବଢ଼ିଆ ହେବ।



କର୍କଟ: ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ବେପାରରୁ ଯଥେଷ୍ଟ ଲାଭ ପାଇବେ। ଶିକ୍ଷା କ୍ଷେତ୍ରରେ ଛାତ୍ରଙ୍କୁ ଭଲ ଫଳାଫଳ ମିଳିବ।


ସି˚ହ: କୌଣସି ବିଷୟରେ ଆସୁଥିବା ବାଧା ଦୂର ହେବ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଛାତ୍ରୀଙ୍କୁ ସାଥୀଙ୍କ ସାହାଯ୍ୟ ମିଳିବ।


କନ୍ୟା: ନୂଆ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହୋଇପାରେ। କ୍ୟାରିୟର ଗଢ଼ିବା ଲାଗି ନୂଆ ସୁଯୋଗ ପାଇବେ। ବିଦ୍ୟାର୍ଥୀଙ୍କୁ ସକାରାତ୍ମକ ଫଳାଫଳ ମିଳିବ।



ତୁଳା: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। କାରବାରରୁ ଆଶାନୁରୂପ ଫଳ ପାଇବେ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।



ବିଛା: ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜୀବନସାଥୀଙ୍କୁ ଦେଇଥିବା କଥା ପୂରା କରିବେ।


ଧନୁ: ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ବୈବାହିକ ସମସ୍ୟାର ସମାଧାନ ହେବ। ବନ୍ଧୁଙ୍କ ସହିତ ଫୋନ୍‌ରେ କଥା ହେବେ। ଅଚାନକ ଧନଲାଭ ହେବ।



ମକର: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ସମାଜରେ ମାନ-ସମ୍ମାନ ପାଇବେ। ବୈବାହିକ ଜୀବନ ଖୁସି ଭରା ରହିବ। ସ୍ବାସ୍ଥ୍ୟ ଭଲ ରହିବ।




କୁମ୍ଭ: ଲୋକଙ୍କ ବିଶ୍ବାସ ଆପଣଙ୍କ ଉପରେ କାଏମ୍‌ ରହିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଜୀବନସାଥୀ ଆପଣଙ୍କ ନିଷ୍କପଟତାରେ ପ୍ରଭାବିତ ହେବେ।


ମୀନ: ଚାକିରି ଓ ବ୍ୟବସାୟରେ ଉନ୍ନତି କରିବେ। ବନ୍ଧୁଙ୍କ ସହିତ ବ୍ୟକ୍ତିଗତ ବିଷୟରେ ଆଲୋଚନା କରିବେ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।

No comments