ବରମୁଣ୍ଡା ବସଷ୍ଟାଣ୍ଡ କୁ ନୂଆ ରୂପ ଦେବେ ସରକାର। ସ୍ଥାନୀୟ ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘର ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରିରେ ବସଷ୍ଟାଣ୍ଡର ନବକଳେବର କରାଇ...
ସ୍ଥାନୀୟ ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘର ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରିରେ ବସଷ୍ଟାଣ୍ଡର ନବକଳେବର କରାଇବାକୁ ନେଇ ଦୋକାନୀମାନଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ୍ ଆସିଥିଲା। ତେବେ ଏହା ବିରୋଧରେ ସଂଘ କୋର୍ଟରେ କେସ୍ ନଂ ୨୫୫୨ ଏତଲା ଦାଏର କରିଥିଲା। ପରେ ହାଇକୋର୍ଟ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ବରମୁଣ୍ଡା ବସଷ୍ଟାଣ୍ଡକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ପ୍ରାୟ ୧୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲକୁ ନେଇ ସରକାର ରାଜ୍ୟବାସୀଙ୍କୁ ଯେଉଁ ସ୍ବପ୍ନ ଦେଖାଇଛନ୍ତି, ସେଥିରେ ପ୍ରାୟ ୧୩୦ରୁ ଊର୍ଦ୍ଧ୍ବ ଦୋକାନୀଙ୍କ ଜୀବିକା ବନ୍ଧା ପଡ଼ିଛି।
ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଠାରେ ଦୋକାନ କରି ଚଳୁଥିବା ଦୋକାନୀମାନଙ୍କ ଭାଗ୍ୟ ପ୍ରଶାସନ ଅନ୍ଧାରକୁ ଠେଲି ଦେବାକୁ ବସିଛି।


No comments