Page Nav

HIDE

Grid

GRID_STYLE

Classic Header

Breaking News:

latest

ଭରତ ରେ କରୋନା ଟୀକା ଉତ୍ପାଦନ କରିବାକୁ ରୁଷ ର ଇଚ୍ଛା। ଭାରତରେ କୋଭିଡ୍ ଟିକା ସ୍ପୁଟ୍‌ନିକ୍-୫ ଉତ୍ପାଦନ କରିବାକୁ ମସ୍କୋ ଆଗ୍ରହୀ ବୋଲି ରୁଷ୍‌ର ‘ଡାଇରେକ୍ଟ୍‌ ଇନ୍‌...

ଭରତ ରେ କରୋନା ଟୀକା ଉତ୍ପାଦନ କରିବାକୁ ରୁଷ ର ଇଚ୍ଛା।



ଭାରତରେ କୋଭିଡ୍ ଟିକା ସ୍ପୁଟ୍‌ନିକ୍-୫ ଉତ୍ପାଦନ କରିବାକୁ ମସ୍କୋ ଆଗ୍ରହୀ ବୋଲି ରୁଷ୍‌ର ‘ଡାଇରେକ୍ଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌’ର ସିଇଓ କିରିଲ୍‌ ଡିମିତ୍ରିଏଭ୍ କହିଛନ୍ତି। ରୁଷୀୟ ଟିକା ବିକାଶ ନିମନ୍ତେ ଏହି ସଂସ୍ଥା ଅର୍ଥ ବିନିଯୋଗ କରିଛି।

ଏକ ଭାରତୀୟ ନିଉଜ୍ ଚାନେଲ୍‌ ସହ ସାକ୍ଷାତ୍‌କାରରେ ଡିମିତ୍ରିଏଭ୍ କହିଛନ୍ତି ଯେ ଏହି ଟିକା ଭାରତରେ ଉତ୍ପାଦନ ନିମନ୍ତେ ରୁଷ୍‌ ଭାରତୀୟ ନିୟନ୍ତ୍ରକ ଏବଂ ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ ଚଳାଇଛନ୍ତି। 

ସେ କହିଛନ୍ତି, ଭାରତ, ଭାରତୀୟ ବୈଜ୍ଞାନିକ ଏବଂ ଭାରତୀୟ ନିର୍ମାତାଙ୍କ ସହ ଆମର ଉତ୍ତମ ସହଯୋଗ ରହିଛି। ସେମାନେ ଆମର ଜ୍ଞାନକୌଶଳ ବୁଝନ୍ତି।

ଡିମିତ୍ରିଏଭ୍ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟାପକ ପରିମାଣର କୋଭିଡ୍‌ ଟିକା ଉତ୍ପାଦନ ନିମନ୍ତେ ଭାରତର ଉତ୍ପାଦନକାରୀ ସାମର୍ଥ୍ୟ ଅଛି। ସେହି ଦୃଷ୍ଟିରୁ ରୁଷ୍ ଭାରତକୁ ଉତ୍ପାଦନକାରୀ ଅଂଶୀଦାର କରିବାକୁ ଆଗ୍ରହୀ।

No comments