Page Nav

HIDE

Grid

GRID_STYLE

Classic Header

Breaking News:

latest

୫୨ ଜଣ ପୋଲିସ କରୋନା ଯୋଦ୍ଧା ପ୍ଲାଜ୍‌ମା ଦାନ କରି ସାରିଲେଣି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌, ରାଉର୍‌କେଲା ଆଇଜିଏଚ୍‌ ଓ ବୁର୍ଲାର ଭିମ୍‌ସାର୍‌ ଆଦି ବିଭିନ୍ନ...

୫୨ ଜଣ ପୋଲିସ କରୋନା ଯୋଦ୍ଧା ପ୍ଲାଜ୍‌ମା ଦାନ କରି ସାରିଲେଣି।



କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌, ରାଉର୍‌କେଲା ଆଇଜିଏଚ୍‌ ଓ ବୁର୍ଲାର ଭିମ୍‌ସାର୍‌ ଆଦି ବିଭିନ୍ନ ହସ୍ପିଟାଲ୍‌ରେ ଖୋଲିଥିବା ପ୍ଲାଜମା ବ୍ୟାଙ୍କରେ  ଏବେ ସୁଦ୍ଧା ଓଡ଼ିଶା ପୁଲିସ୍‌ର ୫୨ ଜଣ କରୋନା ଯୋଦ୍ଧା ପ୍ଲାଜ୍‌ମା ଦାନ କରି ସାରିଲେଣି। ଓଡ଼ିଶା ପୁଲିସ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।

ରାଉରକେଲାରୁ ଜଣେ, ଓଏସ୍‌ଏପି ଷଷ୍ଠ ବଟାଲିୟନ୍ କଟକରୁ ଜଣେ, ଓଏସ୍‌ଏପି ଅଷ୍ଟମ ବଟାଲିୟନ୍ ଛତ୍ରପୁରରୁ ୧୪ ଜଣ, ପ୍ରଥମ ଆଇଆର୍‌ ବଟାଲିୟନ୍ କୋରାପୁଟ୍‌ରୁ ଜଣେ, ଚତୁର୍ଥ ଆଇଆର୍‌ ବଟାଲିୟନ୍ ଦେଓଗଡ଼ରୁ ଜଣେ, ପଞ୍ଚମ ଆଇଆର୍‌ ବଟାଲିୟନ୍ ବୌଦ୍ଧରୁ ୨ ଜଣ, ପିଟିଏଏସ୍‌ ନୟାଗଡ଼ରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଳାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ୬ ଜଣ ଓ ବ୍ରହ୍ପପୁର ପୁଲିସ୍‌ ଜିଲ୍ଲାରୁ ଜଣେ କୋଭିଡ୍ ଯୋଦ୍ଧା ପ୍ଲାଜମା ଦାନ କରିଥିବା ସୂଚନା ରହିଛି।

No comments