Page Nav

HIDE

Grid

GRID_STYLE

Classic Header

Breaking News:

latest

 ରାଜ୍ୟର ସାମୁଦ୍ରିକ ଉତ୍ପାଦନ ରପ୍ତାନୀ ୩୨୦୦ କୋଟି ଟପିଲା । ସାମୁଦ୍ରିକ ଉତ୍ପାଦ ରପ୍ତାନି କର୍ତ୍ତୃପକ୍ଷ (ଏମ୍‌ପିଇଡିଏ) ପକ୍ଷରୁ ନୟାପଲ୍ଲୀସ୍ଥିତ ରପ୍ତାନି ଭବନରେ ନବୀ...

 ରାଜ୍ୟର ସାମୁଦ୍ରିକ ଉତ୍ପାଦନ ରପ୍ତାନୀ ୩୨୦୦ କୋଟି ଟପିଲା ।



ସାମୁଦ୍ରିକ ଉତ୍ପାଦ ରପ୍ତାନି କର୍ତ୍ତୃପକ୍ଷ (ଏମ୍‌ପିଇଡିଏ) ପକ୍ଷରୁ ନୟାପଲ୍ଲୀସ୍ଥିତ ରପ୍ତାନି ଭବନରେ ନବୀକୃତ କ୍ବାଲିଟି କଣ୍ଟ୍ରୋଲ୍‌ ଲ୍ୟାବ୍ ଖୋଲାଯାଇଛି। ଏଠାରେ ଉଚ୍ଚ ମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇଛି ଯାହା ଜରିଆ‌ର ନିଷିଦ୍ଧ ହୋଇଥିବା ଆଣ୍ଟିବାୟୋଟିକ୍‌ ଚିହ୍ନଟ ହୋଇପାରିବ। ଏମ୍‌ପିଇଡିଏର ଅଧ୍ୟକ୍ଷ କେ କେ ଶ୍ରୀନିବାସ ଏହାକୁ ଉଦ୍‌ଘାଟନ କରିଛନ୍ତି। ୨୦୧୯-୨୦ ସୁଦ୍ଧା ତାହା ୩୨୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହିବର୍ଷ ଓଡ଼ିଶା ୬୬,୬୫୪ ଟନ୍ ସାମୁଦ୍ରିକ ଉତ୍ପାଦ ରପ୍ତାନି କରିଛି। ଦେଶର ଚିଙ୍ଗୁଡ଼ି ଉତ୍ପାଦନ ପ୍ରତି ଓଡ଼ିଶାର ଅବଦାନ ୬.୨ ପ୍ରତିଶତ ରହିଛି। ୨୦୧୨-୧୩ରେ ରାଜ୍ୟର ଚିଙ୍ଗୁଡ଼ି ଉତ୍ପାଦନ ପରିମାଣ ୧୦୦ ଟନ୍ ଥିଲା। ୨୦୧୯-୨୦ ସୁଦ୍ଧା ତାହା ୪୪,୦୦୭ ଟନ୍‌କୁ ବୃଦ୍ଧି ପାଇଛି ବୋଲି ଶ୍ରୀ ଶ୍ରୀନିବାସ କହିଛନ୍ତି।

ଓଡ଼ିଶା ଉତ୍ପାଦିତ ୩୭ ପ୍ରତିଶତ ସାମୁଦ୍ରିକ ଉତ୍ପାଦ ଚୀନ୍‌କୁ ପଠାଯାଉଥିବା ବେଳେ ୩୬ ପ୍ରତିଶତ ଉତ୍ପାଦ ଆମେରିକାକୁ ରପ୍ତାନି କରାଯାଉଛି। ଜାପାନ ଓ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଓଡ଼ିଶାର ସାମୁଦ୍ରିଜ ଉତ୍ପାଦ ରପ୍ତାନି କରାଯାଉଛି। ସାମୁଦ୍ରିକ ଉତ୍ପାଦ ଆମଦାନି କରୁଥିବା ଦେଶ ଓ ଏକ୍ସପୋର୍ଟ ଇନସ୍‌ପେକ୍ସନ କାଉନ୍‌ସିଲ୍‌ (ଇଆଇସି) ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡ ଆଧାରରେ ଏହି ଲ୍ୟାବ୍ ପ୍ରସ୍ତୁତ କରାଯାଇଛି।



No comments