Page Nav

HIDE

Grid

GRID_STYLE

Classic Header

Breaking News:

latest

କୋଝିକୋଡ୍‌ ବିମାନ ଦୁର୍ଘଟଣା: ବର୍ତ୍ତିଗଲେ ଭାଗ୍ୟଶାଳୀ ପରିବାରର ୭ ସଦସ୍ୟ

୧୦।୦୮:କୋଝିକୋଡ୍‌ ବିମାନବନ୍ଦରରେ ଗତ ଶୁକ୍ରବାର ସନ୍ଧ୍ୟା‌ରେ ଯେଉଁ ବିମାନ ଦୁର୍ଘଟଣା ହୋଇଥିଲା ସେଥିରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ସୌଭାଗ୍ୟବଶ...


୧୦।୦୮:କୋଝିକୋଡ୍‌ ବିମାନବନ୍ଦରରେ ଗତ ଶୁକ୍ରବାର ସନ୍ଧ୍ୟା‌ରେ ଯେଉଁ ବିମାନ ଦୁର୍ଘଟଣା ହୋଇଥିଲା ସେଥିରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଶତାଧିକ ଯାତ୍ରୀ ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ସେଦିନ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ଥିଲେ। କିନ୍ତୁ ଏହି ଭାଗ୍ୟଶାଳୀ ପରିବାରର ସମସ୍ତ ୭ ଜଣ ସଦସ୍ୟ ବଞ୍ଚି ଯାଇଛନ୍ତି। ଦୁବାଇରେ ରହୁଥିବା ଜଣେ ଭାରତୀୟ ପ୍ରବାସୀ ହେଉଛନ୍ତି ଶେମିର ଭଡ଼କ୍କାନ୍‌ ପଥାପ୍ପିରିୟମ୍‌। ତାଙ୍କ ପରିବାରର ସମସ୍ତ ୭ ଜଣ ସଦସ୍ୟ ଜୀବିତ ଥିବାରୁ ସେ ନିଜକୁ ଏବଂ ନିଜ ପରିବାରକୁ ଖୁବ୍‌ ଭାଗ୍ୟଶାଳୀ ବୋଲି କହିଛନ୍ତି। ଦୁବାଇରେ ଜଣେ ଲଜିଷ୍ଟିକ୍‌ ମ୍ୟାନେଜର ଭାବେ କାମ କରନ୍ତି ଶେମିର।

ତେବେ କୋଝିକୋଡ ବିମାନ ଦୁର୍ଘଟଣା ପରେ ସେ ନିଜ ପରିବାର ସଦସ୍ୟଙ୍କ ବିଷୟରେ ଜାଣିବାପାଇଁ ଗତ ଶୁକ୍ରବାର ସନ୍ଧ୍ୟାରୁ କୋଝିକୋଡ ବିମାନବନ୍ଦର ସ୍ଥିତ ବିଭିନ୍ନ ଟ୍ରମା ସେଣ୍ଟର୍‌କୁ ଫୋନ୍‌ କରିଛନ୍ତି। ତେବେ ଶେଷରେ ସେ ତାଙ୍କ ପତ୍ନୀଙ୍କ ସହ କଥା ହୋଇଥିଲେ ଏବଂ ଜାଣିଥିଲେ ଯେ, ତାଙ୍କ ପରିବାରର ସମସ୍ତ ସଦସ୍ୟ ଜୀବିତ ଅଛନ୍ତି। ସେମିରଙ୍କ ପତ୍ନୀ ତାଙ୍କ ୨ ଝିଅ ଏବଂ ଗୋଟିଏ ପୁଅ ଓ ଭାଇ ସଫଭନ୍‌ଙ୍କ ପତ୍ନୀ ଏବଂ ସେମାନଙ୍କ ଝିଅ , ପୁଅ ମଧ୍ୟ ଦୁବାଇରୁ କୋଝିକୋଡ୍‌ ଆସିଥିଲେ। ସେହିପରି ଅନ୍ୟ କିଛି ଯାତ୍ରୀ ଅଛନ୍ତି , ଯେଉଁମାନେ ଶେ‌ଷ ମୁହୂର୍ତ୍ତରେ ବିମାନ ଧରିପାରିନାହାନ୍ତି। ସେମାନେ ମଧ୍ୟ ନିଜକୁ ଖୁବ୍‌ ଭାଗ୍ୟଶାଳୀ ବୋଲି କହିଛନ୍ତି।

No comments