Page Nav

HIDE

Grid

GRID_STYLE

Classic Header

Breaking News:

latest

ଭାରତରେ ସାଂପ୍ରଦାୟିକ ସଦ୍‌ଭାବ ଓ ଶାନ୍ତି ନଷ୍ଟ କରିବାକୁ ଚାହୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ।

୧୦।୦୮:ଦେଶରେ ଏକ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରିଛି ଆଇଏସ୍‌ଆଇ। ରାମ ମନ୍ଦିର ଭୂମି ପୂଜନ ପରେ: ଦେଶରେ ବଡ଼ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ...


୧୦।୦୮:ଦେଶରେ ଏକ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରିଛି ଆଇଏସ୍‌ଆଇ। ରାମ ମନ୍ଦିର ଭୂମି ପୂଜନ ପରେ: ଦେଶରେ ବଡ଼ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରୁଛି ଆଇଏସ୍‌ଆଇ। ଲକ୍ଷ୍ନୌରେ ଲୋକମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ପାଇଁ ‌ଯୋଜନା ହୋଇଛି ବୋଲି ଭିଓଆଇପି (ଭଏସ୍‌ ଓଭର ଇଣ୍ଡରନେଟ୍‌‌ ପ୍ରୋଟକଲ୍‌) କଲ୍‌ରୁ ଜଣାପଡ଼ିଛି। ଦୁବାଇ ଏବଂ ଅଷ୍ଟ୍ରେଲିଆ ନମ୍ବର୍‌ରୁ ଏହି କଲ୍‌ ଆସିଛି। ଏନେଇ ସୂଚନା ମିଳିବାପରେ ଉକ୍ତ ଘଟଣାରେ ଲକ୍ଷ୍ନୌର ହଜରତଗଂଜ ଥାନାରେ ଏକ ଏଫ୍‌ଆଇଆର ରୁଜୁ ହୋଇଛି। କେବଳ ଲକ୍ଷ୍ନୌରେ ନୁହେଁ ଦିଲ୍ଲୀରେ ମଧ୍ୟ ଲୋକମାନେ ଅନ୍ତର୍ଜାତୀୟ ନମ୍ବର୍‌ରୁ ଉତ୍ତେଜନା ସୃଷ୍ଟିକାରୀ କଲ୍‌ ପାଉଛନ୍ତି।

ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ବିଭାଗ ପକ୍ଷରୁ ମଧ୍ୟ ଦେଶଦ୍ରୋହ, ଷଡ଼ଯନ୍ତ୍ର , ଦେଶର ଶାନ୍ତି ବାତାବରଣ ନ‌ଷ୍ଟ କରାଯିବା ଅଭିଯୋଗ ଆଧାରରେ ଏଫ୍‌ଆଇଆର ରୁଜୁ ହୋଇଛି। ପୁଲିସ ଉକ୍ତ ଘଟଣାର ତଦନ୍ତ କରୁଛି ଏବଂ ମାମଲାରେ ଅନେକଙ୍କୁ ଜେରାଯାଉଛି। ଭିଆଇପି ନମ୍ବର ଦ୍ବାରା ଲୋକମାନଙ୍କ ନିକଟକୁ ରେକର୍ଡିଂ ହୋଇଥିବା ମେସେଜ୍‌ ଆସୁଛି ଏବଂ ପ୍ରାୟ ସମସ୍ତ କଲ୍‌ରେ ସ୍ବର ମଧ୍ୟ ସମାନ ରହୁଛି। ଏହି କଲ୍‌ ରେକର୍ଡିଂରେ ଜଣେ ବ୍ୟକ୍ତି ରାମ ମନ୍ଦିର ଏବଂ ଅଗଷ୍ଟ ୧୫ରେ ଲାଲ୍‌କିଲ୍ଲା କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରିବା କଥା କହୁଛି। ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଆଇଏସ୍‌ଆଇର ଏଭଳି ଅନେକ ଯୋଜନା ସମ୍ପର୍କରେ ଜାଣିବାକୁ ମିଳିଛି। ଅଗଷ୍ଟ ୫ ତାରିଖରେ ଆଇଏସ୍‌ଆଇ ଅଯୋଧ୍ୟାରେ ଆକ୍ରମଣ ଯୋଜନା କରିଛି ବୋଲି ସାମରିକ ଗୁଇନ୍ଦା ସଂସ୍ଥା ‘ର’ ପକ୍ଷରୁ କୁହାଯାଇଥିଲା।

No comments