Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶ ବାସୀ ଙ୍କୁ ଉଦବୋଧନା। କୋଭିଡ଼ ଯୋଦ୍ଧା ମାନଙ୍କ ପାଖରେ ଦେଶ ଋଣୀ। ନୂଆଦିଲ୍ଲୀ : ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି  ଦେଶବାସୀଙ୍କ...

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶ ବାସୀ ଙ୍କୁ ଉଦବୋଧନା। କୋଭିଡ଼ ଯୋଦ୍ଧା ମାନଙ୍କ ପାଖରେ ଦେଶ ଋଣୀ।



ନୂଆଦିଲ୍ଲୀ : ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି  ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ଟିଭିରେ ଉଦବୋଧନ ଦେଇଛନ୍ତି। କରୋନା ମହାମାରୀ ସମୟରେ ଜୀବନକୁ ବିପଦରେ ପକାଇ ଦେଶବାସୀଙ୍କୁ ସେବା ଯୋଗାଉଥିବା କରୋନା ଯୋଦ୍ଧାମାନଙ୍କୁ ରାଷ୍ଟ୍ରପତି ଏହି ଅବସରରେ ପ୍ରଶଂସା କରିଛନ୍ତି। କରୋନା ଲଢ଼େଇର ସମ୍ମୁଖ ଭାଗରେ ରହି ନିରନ୍ତର ଲଢ଼େଇ ଜାରି ରଖିଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ଦେଶ ଋଣୀ। ‌ତେବେ ଦୁର୍ଭାଗ୍ୟର ବିଷୟ ମହାମାରୀରେ ସେମାନଙ୍କ ମଧ୍ୟରୁ କେତେକଙ୍କ ଜୀବନ ଚାଲିଯାଇଛି। କିନ୍ତୁ ସେମାନେ ହେଉଛନ୍ତି ଆମ ଜାତିର ଯୋଦ୍ଧା।

 ବିଶ୍ବ ଏବେ କରୋନା ମହାମାରୀ ବିରୋଧରେ ଲଢ଼େଇ କରୁଥିବାବେଳେ ଆମର ପଡ଼ୋଶୀ ତାର ବିସ୍ତାରବାଦୀ କାର୍ଯ୍ୟ ଚତୁରତାର ସହ କରିଛି।  ଗଲୱାନ ଘାଟିରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆମର ସେନା, ପୁଲିସ ଓ ଅର୍ଦ୍ଧ ସାମରିକ ବଳ ଯେଉଁମାନେ ଆମର ଦେଶକୁ ସୁରକ୍ଷା ଯୋଗାଉଛନ୍ତି ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନିଶ୍ଚିତ କରିଛନ୍ତି ସେମାନଙ୍କ ପାଇଁ ଆମେ ଗର୍ବିତ ବୋଲି ରାଷ୍ଟ୍ରପତି କହିଛନ୍ତି।

No comments