Page Nav

HIDE

Grid

GRID_STYLE

Classic Header

Breaking News:

latest

ପ୍ରେମ ବିବାହର କରୁଣ ପରିଣତି: ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର୍

୦୬।୦୮ ପୁଣି ପ୍ରେମ ବିବାହର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ବାହାଘରର ବର୍ଷେ ନ ପୁରୁଣୁ ନିଜର ୮ ମାସର ଗର୍ଭବତୀ ନବବିବାହିତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋ...



୦୬।୦୮ ପୁଣି ପ୍ରେମ ବିବାହର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ବାହାଘରର ବର୍ଷେ ନ ପୁରୁଣୁ ନିଜର ୮ ମାସର ଗର୍ଭବତୀ ନବବିବାହିତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଝୁଲନ୍ତା ଅବସ୍ଥାରେ ନବବିବାହିତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାରବର୍ଗ l ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଭୀମା ସାହିରେl

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସ ୫ ତାରିଖରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଖୋଲିଗୁଡା ଗ୍ରାମର ଆଲବର୍ଟ ସେକ୍ସପିଅର ବେନିଆ ଡାବୁଗାଁ ଥାନା ଅନ୍ତର୍ଗତ ଘୁଷୁରାମାରୁଗୁଡା ଗ୍ରାମର ତନୁଶ୍ରୀ ନାୟକଙ୍କୁ ପ୍ରେମ ବିବାହ କରିଥିଲେ l ବିବାହର କିଛି ଦିନ ପରେ ସ୍ୱାମୀ ଓ ସ୍ତ୍ରୀ ପାପଡାହାଣ୍ଡି ସ୍ଥିତ ଭୀମା ସାହିରେ ଏକ ଭଡ଼ା ଘରେ ରହୁଥିଲେ l ଗତକାଲି କୌଣସି କାରଣରୁ ଗଣ୍ଡଗୋଳ ହେବା ପରେ ସ୍ୱାମୀ ରାତି ୧୨ଟା ସମୟରେ ସ୍ତ୍ରୀ ଘରର ପରିବାରକୁ ଫୋନ କରି ତମ ଝିଅ ଆତ୍ମହତ୍ୟା କରିଛି ବୋଲି କହିଥିଲେl ଝିଅର ପରିବାର ଆସିବା ବେଳକୁ ସ୍ୱାମୀ ଫେରାର ହୋଇଯାଇଥିଲେ ବୋଲି ଅଭିଯୋଗ କରିଛନ୍ତିl
ମୃତ ନବବିବାହିତାର ପରିବାର ଫେରାର ସ୍ୱାମୀ ଓ ପରିବାର ଲୋକଙ୍କ ବିରୁଦ୍ଧରେ ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତିl ଯୌତୁକ ପାଇଁ ସ୍ୱାମୀ ଓ ତାର ପରିବାର ମିଶି ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି l ପାପଡାହାଣ୍ଡି ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ତଦନ୍ତ ଚଳାଇଛିl

No comments