Page Nav

HIDE

Grid

GRID_STYLE

Classic Header

Breaking News:

latest

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି।

୧୬।୦୮:ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।...


୧୬।୦୮:ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଦେଶର ପ୍ରଗତି ଦିଗରେ ଅଟଳ ବିହାରୀ ବାଜପେୟୀଙ୍କ ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ। ଆଜି ଅଟଳଙ୍କର ୨ୟ ପୁଣ୍ୟତିଥି। ୨୦୧୮ ମସିହାରେ ଦିଲ୍ଲୀର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିଲା।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଅଟଳ ବିହାରୀ ବାଜପେୟୀଙ୍କର ସମାଧିସ୍ଥଳ ‘ସଦୈବ ଅଟଳ’ ଯାଇ ସେଠାରେ ତାଙ୍କୁ ପୁଷ୍ପ ଅର୍ପଣ କରିଥିଲେ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଓ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଅଟଳଙ୍କୁ ମନେ ପକାଇ ଦେଶର ବହୁ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ବାଜପେୟୀଙ୍କୁ ମନେ ପକାଇ ଟ୍ୱିଟ କରି କହିଛନ୍ତି,ନରେନ୍ଦ୍ର ମୋଦୀଙ୍କର ନେତୃତ୍ୱରେ କେନ୍ଦ୍ର ସରକାର ଅଟଳଙ୍କର ବିଚାରଧାରାକୁ ମୂଳରେ ରଖି ଗରୀବ କଲ୍ୟାଣ ଯୋଜନାର ମାର୍ଗରେ ଅଗ୍ରସର ହୋଇଛନ୍ତି। ଏହାସହ ଭାରତକୁ ବିଶ୍ୱରେ ଏକ ମହାଶକ୍ତିଶାଳୀ ରାଷ୍ଟ୍ର କରିବାକୁ ଉଦ୍ଦେଶ୍ୟ ରଖିଛନ୍ତି। ଆଜି ଅଟଳଙ୍କର ପୁଣ୍ୟତିଥି ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ।
ଏହାସହ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟ୍ୱିଟ କରି କହିଛନ୍ତି, ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି ଅବସରରେ ତାଙ୍କୁ ପ୍ରଣାମ କରୁଛି। ଭାରତର ବିକାଶରେ ଓ ସାଧାରଣ ଲୋକଙ୍କ ପାଇଁ ତାଙ୍କର ମହାନ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କର ବିଚାର ସଭିଁଙ୍କ ପାଇଁ ପ୍ରେରଣା।

No comments