ନବରଙ୍ଗପୁର ୩ ଦିନିଆ ସଟଡାଉନ । ନବରଙ୍ଗପୁର ରେ ସଂକ୍ରମଣ ସଂଖ୍ୟା ବଢି ଚାଲି ଥିବା ରୁ ସରକାର ୩ ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ଏହି ସଟଡାଉନ ସମୟରେ ଲୋକମାନଙ୍କ ଚଳାଚ...
ନବରଙ୍ଗପୁର ରେ ସଂକ୍ରମଣ ସଂଖ୍ୟା ବଢି ଚାଲି ଥିବା ରୁ ସରକାର ୩ ଦିନିଆ ସଟଡାଉନ ଘୋଷଣା କରିଛନ୍ତି।
ଏହି ସଟଡାଉନ ସମୟରେ ଲୋକମାନଙ୍କ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି । ଏହା ସହିତ ଲୋକମାନେ ଏକାଠି ହେବାକୁ ବାରଣ କରାଯାଇଛି ।
ସେହିପରି ବିବାହ ଶୋଭାଯାତ୍ରା, ଭୋଜି, ସାମାଜିକ ଉତ୍ସବ, ରାଜନୈତିକ ଓ ଧାର୍ମିକ ସଭା ଆଦି ଆୟୋଜନ ଉପରେ ସଂପୂର୍ଣ୍ଣ କଟକଣା ରହିଛି । ସବୁ ହୋଟେଲ ଓ ଲଜଗୁଡ଼ିକରେ କୋଭିଡ-୧୯ କଟକଣାକୁ କଡ଼ାକଡ଼ିଭାବେ ପାଳନ କରିବାକୁ କୁହାଯାଇଛି ।
ତେବେ ଏହି ସଟଡାଉନ ସମୟରେ ଜରୁରୀକାଳୀନ ସେବା ଜାରି ରହିବ । ହସପିଟାଲ, କ୍ଲିନିକ, ପରୀକ୍ଷାଗାର, ମ୍ୟୁନିସିପାଲିଟି, ପୋଲିସ, ଦମକଳ ଅପିସ, ଟେଲିକମ ସେବା, ପେଟ୍ରୋଲ ପମ୍ପ, ଗଣମାଧ୍ୟମ ଅଫିସ, ବିଦ୍ୟୁତ ଯୋଗାଣ, ମାଲ ପରିବହନ, ଶିଳ୍ପ ପ୍ରତିଷ୍ଠାନ, ମିଲକବୁଥ, କୃଷିକାର୍ଯ୍ୟ, ଏଟିଏମ, ଜାତୀୟ ରାଜପଥରେ ଥିବା ଢାବା ଆଦିକୁ ଅନୁମତି ଦିଆଯିବ ।


No comments