୦୭।୦୮:ରାଜ୍ୟ ସରକାରଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କର ନିରନ୍ତର ଉଦ୍ୟମ ଫଳରେ ଆଜି ରାଜ୍ୟବାସୀଙ୍କୁ ମିଳିଛି କରୋନା ସଂପର୍କିତ ସବୁଠାରୁ ବଡ଼ ଖୁସି ଖବର। ରାଜ୍ୟର ୨୭ଟି ...
୦୭।୦୮:ରାଜ୍ୟ ସରକାରଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କର ନିରନ୍ତର ଉଦ୍ୟମ ଫଳରେ ଆଜି ରାଜ୍ୟବାସୀଙ୍କୁ ମିଳିଛି କରୋନା ସଂପର୍କିତ ସବୁଠାରୁ ବଡ଼ ଖୁସି ଖବର। ରାଜ୍ୟର ୨୭ଟି ଜିଲ୍ଲାରୁ ଆଜି ୧୮୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୨୮ ହଜାର ୬୯୭ରେ ପହଞ୍ଚିଛି ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୬ ଲକ୍ଷ ୧୬ ହଜାର ୬୪୬ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୪୨ ହଜାର ୫୫୦ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୨୮ ହଜାର ୬୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୪୭ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୩ ହଜାର ୫୬୦ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୭୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୦୨ ଜଣ, କଟକ ଜିଲ୍ଲାରୁ ୧୪୭ ଜଣ, ଗଜପତି ଜିଲ୍ଲାରୁ ୧୩୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧୬ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସମ୍ବଲପୁର ଜିଲ୍ଲାରୁ ଆଜି ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାରୁ ୫୫ ଜଣ, କେନ୍ଦୁଝର ଜିଲ୍ଲାରୁ ୩୭ ଜଣ, ଅନୁଗୁଳ ଜିଲ୍ଲାରୁ ୩୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୪ ଜଣ, କୋରାପୁଟ ଜିଲ୍ଲାରୁ ୨୨ ଜଣ, ଯାଜପୁର ଜିଲ୍ଲାରୁ ୨୦ ଜଣ, ବରଗଡ଼ ଜିଲ୍ଲାରୁ ୧୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୭ ଜଣ, ବଲାଙ୍ଗୀର, ମୟୂରଭଂଜ ଜିଲ୍ଲାରୁ ୧୫ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪ ଜଣ, ଭଦ୍ରକ ଜିଲ୍ଲାରୁ ୧୩ ଜଣ, ଦେବଗଡ଼, ନବରଂଗପୁର ଜିଲ୍ଲାରୁ ୧୧-୧୧ ଜଣ, ଜଗତସିଂହପୁର, ଝାରସୁଗୁଡ଼ାରୁ ୮ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୬ ଜଣ, ବୌଦ୍ଧ ଜିଲ୍ଲାରୁ ୫ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୪ ଜଣ ଓ ମାଲକାନଗିରି ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି


No comments