Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜଧାନି ରେ ମୋ ଯୋଜନା ସାଇକେଲ ଫେଲ ମାରିଲା। ଭୁବନେଶ୍ବରରେ ମୋ ସାଇକେଲ୍‌ ସେବା ଆରମ୍ଭ କରିବା ପୂର୍ବରୁ ଟପୋଗ୍ରାଫି ସର୍ଭେ ହୋଇଥିଲା କି ନାହିଁ? ଭୁବନେଶ୍ବରରେ ପାଣ...

ରାଜଧାନି ରେ ମୋ ଯୋଜନା ସାଇକେଲ ଫେଲ ମାରିଲା।



ଭୁବନେଶ୍ବରରେ ମୋ ସାଇକେଲ୍‌ ସେବା ଆରମ୍ଭ କରିବା ପୂର୍ବରୁ ଟପୋଗ୍ରାଫି ସର୍ଭେ ହୋଇଥିଲା କି ନାହିଁ? ଭୁବନେଶ୍ବରରେ ପାଣିପାଗ ଯାହା ସେଥିରେ ଖରାଦିନେ ସାଇକେଲ୍‌ ଚଲାଇବାକୁ ଲୋକ ପସନ୍ଦ କରିବେ କି ନାହିଁ, ସାଇକେଲ୍‌ କେଉଁଠି ରଖିଲେ ଓ କିପରି ପ୍ରଚାର କଲେ, ଏହାକୁ ଅଧିକ ଲୋକ ଚଲାଇବେ, ସେନେଇ ସର୍ଭେ ହୋଇଥିଲା କି ନାହିଁ, ସେନେଇ ପ୍ରଶ୍ନ ଉଠିଲାଣି।

ରାଜଧାନୀବାସୀଙ୍କୁ କ୍ରୁଟ୍‌ ମାଗଣାରେ ସାଇକେଲ୍‌ ଚଲାଇବାଠାରୁ ଆରମ୍ଭ କରି ଘଣ୍ଟାକୁ ୫ ଟଙ୍କା, ଗୁରୁବାର ପ୍ରଥମ ଅଧଘଣ୍ଟା ମାଗଣା ଏହିଭଳି ବହୁ ମନଲୋଭା ଅଫର୍ ଦେଇଛି। କିନ୍ତୁ କିଛି କାମ କଲାନି। 

ଲୋକ ସାଇକେଲ୍‌ ଚଲାଇବା ଦୂର କଥା ଏବେ ଲୋକ ସାଇକେଲ୍‌ ପାଖକୁ ଆସୁନାହାନ୍ତି। ଏପରିକି ସାଇକେଲ ଷ୍ଟାଣ୍ଡରେ ସାଇକେଲ୍‌ ଦେଖିବାକୁ ମିଳୁନି। ରାଜଧାନୀରେ ଲୋକ ସାଇକେଲ ଚଲାଉ ନାହାନ୍ତି ବୋଲି ହେକ୍ସି ସଂସ୍ଥା ହଜାରେ ସାଇକେଲ୍‌ ନେଇ ପଳାଇ‌ଲାଣି।

ଏବେ ୟୁଲୁ ଓ ୟୋନୋ ନାଁ କୁ ସାଇକେଲ୍‌ ସେବା ଯୋଗାଉଥିବା ବେଳେ ହେକ୍ସି କର୍ତ୍ତୃପକ୍ଷ ସାଇକେଲ୍‌ ନେଇ ଡିପୋରେ ରଖି ଦେଇଛନ୍ତି। ଏହାସହ ସବୁ କର୍ମଚାରୀଙ୍କୁ ସଂସ୍ଥା ଫେରାଇ ନେଇଛି। କ୍ରୁଟ୍‌ କର୍ତ୍ତୃପକ୍ଷ ହେକ୍ସିକୁ ସାଇକେଲ୍‌ ଚଲାଇବାକୁ କହୁଥିଲେ ହେଁ ଏହି ସଂସ୍ଥା ଧରାଛୁଆଁ ଦେଉନି।

No comments