ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତିକ ମାନ୍ୟତା ତାଲିକାରେ ଆଧିପତ୍ୟ ବଜାୟ ରଖିଛନ୍ତି। ବୁଧବାର ସଦ୍ୟ ପ୍ରକାଶିତ ତାଲିକାର...
ବୁଧବାର ସଦ୍ୟ ପ୍ରକାଶିତ ତାଲିକାରେ କୋହଲି ପ୍ରଥମ ଏବଂ ରୋହିତ ଦ୍ବିତୀୟ ସ୍ଥାନରେ ସ୍ଥିର ରହିଛନ୍ତି। ସେହିପରି ଟେଷ୍ଟ୍ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଶୀର୍ଷରେ ଅପରିବର୍ତିତ ରହିଥିଲା ବେଳେ କୋହଲି ଦ୍ବିତୀୟ ଏବଂ ଅନ୍ୟତମ ଅଷ୍ଟ୍ରେଲୀୟ ମାର୍ନସ ଲବୁସାନ୍ ତୃତୀୟ ସ୍ଥାନ ପାଇଛନ୍ତି।
ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତୀୟ ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଦ୍ବିତୀୟ ସ୍ଥାନ ପାଇଥିଲା ବେଳେ ପାକିସ୍ତାନର ବାବର ଆଜମ୍ ପ୍ରଥମ ଏବଂ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ତୃତୀୟ ସ୍ଥାନରେ ରହିଛନ୍ତି।
ଟେଷ୍ଟ୍ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ ପଛକୁ ଭାରତ ତୃତୀୟ ସ୍ଥାନ ପାଇଥିଲା ବେଳେ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପଛକୁ ତୃତୀୟ ସ୍ଥାନରେ ରହିଛି ଭାରତ।
ଆଇସିସି ଦ୍ବାରା ପ୍ରକାଶିତ ଦିନିକିଆ ଆନ୍ତର୍ଜାତିକ ମାନ୍ୟତା ତାଲିକାରେ ଆଧିପତ୍ୟ ବଜାୟ ରଖିଛନ୍ତି। ରୋହିତ ଓ କୋହଲି ।


No comments