Page Nav

HIDE

Grid

GRID_STYLE

Classic Header

Breaking News:

latest

ହରିୟାଣା ବିଧାନସଭାରେ କରୋନା ଭୟ, କ୍ୟାବିନେଟ ମନ୍ତ୍ରୀ କୋଭିଡ-୧୯ ପଜିଟିଭ।

ହରିୟାଣା ବିଧାନସଭାରେ କରୋନା ଭୟ, କ୍ୟାବିନେଟ ମନ୍ତ୍ରୀ କୋଭିଡ-୧୯ ପଜିଟିଭ। ଚଣ୍ଡୀଗଡ- ହରିୟାଣା ଶାସକ ଦଳ  କ୍ୟାବିନେଟ  ମନ୍ତ୍ରୀ କୁ ପଜିଟିଭ। ଜଣକ ପରେ ଜଣେ ବଡ ବଡ ...

ହରିୟାଣା ବିଧାନସଭାରେ କରୋନା ଭୟ, କ୍ୟାବିନେଟ ମନ୍ତ୍ରୀ କୋଭିଡ-୧୯ ପଜିଟିଭ।
ଚଣ୍ଡୀଗଡ- ହରିୟାଣା ଶାସକ ଦଳ  କ୍ୟାବିନେଟ  ମନ୍ତ୍ରୀ କୁ ପଜିଟିଭ। ଜଣକ ପରେ ଜଣେ ବଡ ବଡ ନେତାଙ୍କୁ ଏହି ମହାମାରୀ ଭାଇରସ ମାଡି ବସିଲାଣି । ପ୍ରଥମେ ବାଚସ୍ପତି ଜ୍ଞାନଚନ୍ଦ୍ର ଗୁପ୍ତା , ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ଜଣେ କ୍ୟାବିନେଟ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ କ୍ୟାବିନେଟ ମନ୍ତ୍ରୀ ମୁଳଚାନ୍ଦ ଶର୍ମାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସେ ସୂଚନା ଦେଇଛନ୍ତି ।

ଏନେଇ କ୍ୟାବିନେଟ ମନ୍ତ୍ରୀ ମୁଳଚାନ୍ଦ ଶର୍ମା ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ପୂର୍ବ ସପ୍ତାହରେ ଯେଉଁମାନେ ତାଙ୍କ ସହ ସମ୍ପର୍କରେ ଆସିଛନ୍ତି ସେମାନେ ସମସ୍ତେ କରୋନା ଟେଷ୍ଟ କରାଇନେବା ଉଚିତ୍ । ମୁଲଚାନ୍ଦ ରାଜ୍ୟ ପରିବହନ ଓ ଖନନମନ୍ତ୍ରୀ ଅଛନ୍ତି । ସେହିପରି ରାଜ୍ୟର କିଛି ବିଧାୟକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରୁ ଗୁରୁଗାଁଓ ର ମେଦାନ୍ତ ହସପିଟାଲରେ ଚିକିତ୍ସୀତ ହେଉଛନ୍ତି ।

No comments