Page Nav

HIDE

Grid

GRID_STYLE

Classic Header

Breaking News:

latest

ଭୁବନେଶ୍ୱର ରେ ବଢିଛି ପେଟ୍ରୋଲ ଦର। ନୂଆଦିଲ୍ଲୀ ରେ କମିଲା ପେଟ୍ରୋଲ ଦର। ଜାତୀୟ ସ୍ତରରେ ବିଗତ ଆଠ ଦିନରେ ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୧ ଟଙ୍କା ୬ ପଇସା ବଢ଼ିଛି। ରବିବା...

ଭୁବନେଶ୍ୱର ରେ ବଢିଛି ପେଟ୍ରୋଲ ଦର। ନୂଆଦିଲ୍ଲୀ ରେ କମିଲା ପେଟ୍ରୋଲ ଦର।


ଜାତୀୟ ସ୍ତରରେ ବିଗତ ଆଠ ଦିନରେ ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୧ ଟଙ୍କା ୬ ପଇସା ବଢ଼ିଛି। ରବିବାର ଦିନ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ଦାମ୍‌ରେ ୧୪ ପଇସା ବୃଦ୍ଧି କରିଥିଲେ। 

ଫଳରେ ଦିଲ୍ଲୀରେ ଏକ ଲିଟର‌ ପେଟ୍ରୋଲ୍‌ର ଦାମ୍ ୮୧ ଟଙ୍କା ୪୯ ପଇସାରେ ପହଞ୍ଚିିଛି ଯାହା ଭୁବନେଶ୍ବର ଦର ଠାରୁ ପ୍ରାୟ ୫୦ ପଇସା କମ୍। ଦେଶରେ ତିନି ସରକାରୀ କଂପାନି ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଅଧିକ ତେଲ ବିକ୍ରି କରୁଛନ୍ତି। ଏହି ତିନି କଂପାନିର ସାରା ଦେଶରେ ବହୁ ସଂଖ୍ୟାରେ ପେଟ୍ରୋଲ ପମ୍ପ୍ ରହିିଛି।

ପେଟ୍ରୋଲ୍ ଦାମ୍‌ ଗତ କିଛିଦିନ ହେଲାଣି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବରେ ଆଜି ଭୁବନେଶ୍ବରରେ ଏକ ଲିଟର ପେଟ୍ରୋଲ୍‌ର ଦାମ୍ ୮୨ ଟଙ୍କା ସ୍ତର ଅତିକ୍ରମ କରିଛି। ରବିବାର ଭୁବନେଶ୍ବରର ଇଣ୍ଡିଆନ୍ ଅଏଲ୍‌ ପେଟ୍ରୋଲ୍ ପମ୍ପ୍‌ରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୮୨ ଟଙ୍କା ୪ ପଇସା ରହିଥିବା ବେଳେ ଡିଜେଲ୍‌ ଦାମ୍ ୮୦ ଟଙ୍କା ୩ ପଇସା ରହିଛି।

No comments