Page Nav

HIDE

Grid

GRID_STYLE

Classic Header

Breaking News:

latest

ସମରାଭ୍ୟାସରେ ଚୀନୀ ଓ ପାକିସ୍ତାନୀ ସୈନିକଙ୍କ ସହ ଭାରତୀୟ ଯବାନମାନେ ଯୋଗଦେବେ ବୋଲି ଜଣାଯାଇଛି।  ସମ୍ପ୍ରତି ଚୀନ୍‌ ସହ ସୀମାରେ ଉତ୍ତେଜନା ଲାଗିରହିବା ସାଙ୍ଗକୁ ପାକିସ୍...


ସମରାଭ୍ୟାସରେ ଚୀନୀ ଓ ପାକିସ୍ତାନୀ ସୈନିକଙ୍କ ସହ ଭାରତୀୟ ଯବାନମାନେ ଯୋଗଦେବେ ବୋଲି ଜଣାଯାଇଛି। 



ସମ୍ପ୍ରତି ଚୀନ୍‌ ସହ ସୀମାରେ ଉତ୍ତେଜନା ଲାଗିରହିବା ସାଙ୍ଗକୁ ପାକିସ୍ତାନ ସହ ବହୁ ପୁରୁଣା ସୀମା ବିବାଦ ରହି ଆସିଥିବା ବେଳେ ଏ ପ୍ରକାର ସମ୍ମିଳିତ ସମରାଭ୍ୟାସ ଚର୍ଚ୍ଚାର ବିଷୟ ହୋଇଛି।

 ସେପ୍ଟେମ୍ବର ୧୫ରୁ ୨୬ ତାରିଖ ଯାଏ ଦକ୍ଷିଣ ରୁଷିଆର ଆଷ୍ଟ୍ରାଖାନ୍‌ ଅଞ୍ଚଳରେ ହେବାକୁ ଥିବା ଏହି ‘କାଉକାଜ୍‌-୨୦୨୦’ ନାମକ ରୁଷୀୟ ସମରାଭ୍ୟାସରେ ଭାରତ ପକ୍ଷରୁ ୨୦୦ ଜଣ ସାମରିକ ଅଧିକାରୀ ଓ ସୈନିକ ଯୋଗଦେବେ ବୋଲି ଜଣାଯାଇଛି।

 ତେବେ ସାମ୍ପ୍ରତିକ ସ୍ଥିତିରେ ଚୀନ୍‌ ସୈନିକଙ୍କ ସହ ମିଶି କୌଣସି ସମରାଭ୍ୟାସ କରିବା ଘଟଣାକୁ ଅନେକ ନାପସନ୍ଦ କରୁଥିବା ବେଳେ ଆମ ଯବାନମାନେ କେବଳ ଚୀନୀ କି ପାକିସ୍ତାନୀ ସୈନିକଙ୍କ ସହ ଅନୁଭୂତି ବାଣ୍ଟିବାକୁ ଯାଉନାହାନ୍ତି ବୋଲି ଜଣେ ଭାରତୀୟ ସେନାଧିକାରୀ କହିଛନ୍ତି।

 ଅଧିକନ୍ତୁ ଅତି କମ୍‌ରେ ୧୮ଟି ଦେଶ ଭାଗ ନେଉଥିବା ରୁଷିଆର ଏହି ସମରାଭ୍ୟାସକୁ ସାଂଘାଇ ସହଯୋଗ ସଂସ୍ଥାନ(ଏସ୍‌ସିଓ)ର ସଦସ୍ୟ ହିସାବରେ ଆମେ ନିମନ୍ତ୍ରଣ ରକ୍ଷା କରି ଯାଉଛୁ ବୋଲି ସେ କହିଛନ୍ତି।

No comments