Page Nav

HIDE

Grid

GRID_STYLE

Classic Header

Breaking News:

latest

ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଲେ ଧୋନି। ୱିକେଟ୍‌ ପଛରେ ଆଖିପିଛୁଳାକେ ଷ୍ଟମ୍ପିଂ କି ଦୁଇ ୱିକେଟ୍‌ ମଝିରେ ଚିତା ଭଳି ଦୌଡ଼ ସ୍ବପ୍ନ ପାଲଟିଯିବ। ବିଶ୍ବର ଅନେକ ବଡ଼ ...

ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଲେ ଧୋନି।



ୱିକେଟ୍‌ ପଛରେ ଆଖିପିଛୁଳାକେ ଷ୍ଟମ୍ପିଂ କି ଦୁଇ ୱିକେଟ୍‌ ମଝିରେ ଚିତା ଭଳି ଦୌଡ଼ ସ୍ବପ୍ନ ପାଲଟିଯିବ। ବିଶ୍ବର ଅନେକ ବଡ଼ ବଡ଼ ବୋଲରକୁ ଧୁଲେଇ କରି ଏବଂ ସଂକଟ ବେଳରେ ଜଣେ ସ୍ଥିତପ୍ରଜ୍ଞ ଅଧିନାୟକ ଭାବେ ବହୁ ସାହସିକ ନିଷ୍ପତ୍ତି ନେଇ ଅନେକ ଅସମ୍ଭବକୁ ସମ୍ଭବ କରିଥିବା ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନି ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। 

ଏଥି ସହିତ ଭାରତୀୟ କ୍ରିକେଟରେ ଧୋନିଙ୍କ ସ୍ବର୍ଣ୍ଣିମ ଯୁଗର ଅବସାନ ଘଟିଛି। ଆଉ ତାଙ୍କ ଅବସର ଘୋଷଣା ପରେ ସାରା ବିଶ୍ବରୁ ପ୍ରଶଂସାର ସୁଅ ଛୁଟିଛି। ଭାରତ ତଥା ବିଶ୍ବର ବହୁ ଖ୍ୟାତନାମା କ୍ରିକେଟର, ରାଜନେତା, ଅଭିନେତା, ସାମ୍ବାଦିକ ଓ ଅଗଣିତ ପ୍ରଶଂସକ ତାଙ୍କୁ ଦ୍ବିତୀୟ ପାଳି ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

No comments