କଟକର ବଡ ଡ଼ାକ୍ତରଖାନାରେ ହେବ କୋଭିଡ୍ ହସ୍ପିଟାଲ। ଅପେକ୍ଷା ରେ ଏବେ ଏସସିବି ହସ୍ପିଟାଲ ୫୦୦ ବେଡ଼ ବ୍ୟବସ୍ଥା । ଘୋଷଣା ପୂର୍ବରୁ ଏସ୍ସିବିରେ ଆଜି ସିଏମ୍ସି କମିଶନର...
ଘୋଷଣା ପୂର୍ବରୁ ଏସ୍ସିବିରେ ଆଜି ସିଏମ୍ସି କମିଶନର ଅନନ୍ୟା ଦାସ, ବିଶେଷଜ୍ଞ ଓ ବୈଷୟିକ୍ ଟିମ୍ ସ୍ଥିତି ସମୀକ୍ଷା କରିବେ।ଏସସିବିରେ ବର୍ତ୍ତମାନ ରହିଥିବା ଆଇସୋଲେସନ ୱାର୍ଡକୁ ମିଶାଇ ଏହି ୫ଶହ ବେଡର ଯୋଜନା କରାଯାଇଛି।
ଏସ୍ସିବି ନ୍ୟୁ ମେଡିସିନ୍ କୋଠାରେ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବାକୁ ଯୋଜନା ରହିଛି। ଯେଉଁଠି ୨ଶହ ଶଯ୍ୟା, ୩୯ଟି ଆଇସିୟୁର ବ୍ୟବସ୍ଥା ରହିବ।
ଯେଉଁଠି ୨ଶହ ଶଯ୍ୟା, ୩୯ଟି ଆଇସିୟୁର ବ୍ୟବସ୍ଥା ରହିବ। ଯେହେତୁ ଉକ୍ତ ମେଡିସିନ୍ ବିଭାଗ କୋଠାରେ ପୂର୍ବରୁ ୧୪ଟି ଆଇସିୟୁ ରହିଛି ତେଣୁ ୨୫ଟି ଆଇସିୟୁ ନିର୍ମାଣ କରାଯିବ, ଯାହାର ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମିତ ପ୍ରସୂତିମାନଙ୍କ ପାଇଁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ପ୍ରଥମ ମହଲାରେ ସ୍ବତନ୍ତ୍ର ଲେବର ରୁମ୍, ୩୦ଟି ବେଡ୍, ୧୦ଟି ଲେବର ଟେବୁଲ, ୨ଟି ଓଟି ଟେବୁଲର ବ୍ୟବସ୍ଥା କରାଯିବ। ଏହାର ସ୍ବତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ରହିବ।
ତା’ସହିତ ଟ୍ରମା ଆଇସିୟୁରେ ଥିବା ଗୁରୁତର ରୋଗୀଙ୍କୁ ସେଣ୍ଟ୍ରାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବ। ମେଡିସିନ୍ ବିଭାଗ ସମ୍ମୁଖରେ ଥିବା ସେଡ୍ ଓ ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ସମ୍ମୁଖରେ ଥିବା ସେଡ୍ରେ ନ୍ୟୁ ମେଡିସିନ୍ ବିଭାଗର ରୋଗୀଙ୍କୁ ସ୍ଥାନାନ୍ତର କରାଯିବ।


No comments