Page Nav

HIDE

Grid

GRID_STYLE

Classic Header

Breaking News:

latest

୬୮୬ କୋଟି ରାଜ୍ୟ ଜିଏସଟି ଆଦାୟ ଅଗଷ୍ଟ ରେ। ଗତବର୍ଷ ଅଗଷ୍ଟ ତୁଳନାରେ ଏହା ୧.୭୬ ପ୍ରତିଶତ (୧୨ କୋଟି ଟଙ୍କା) କମ୍। ଚଳିତ ବର୍ଷ ଜୁନ୍ ଓ ଜୁଲାଇ ତୁଳନାରେ ମଧ୍ୟ ଅଗଷ୍ଟରେ...

୬୮୬ କୋଟି ରାଜ୍ୟ ଜିଏସଟି ଆଦାୟ ଅଗଷ୍ଟ ରେ।



ଗତବର୍ଷ ଅଗଷ୍ଟ ତୁଳନାରେ ଏହା ୧.୭୬ ପ୍ରତିଶତ (୧୨ କୋଟି ଟଙ୍କା) କମ୍। ଚଳିତ ବର୍ଷ ଜୁନ୍ ଓ ଜୁଲାଇ ତୁଳନାରେ ମଧ୍ୟ ଅଗଷ୍ଟରେ କମ୍ ରାଜ୍ୟ ଜିଏସ୍‌ଟି ଆଦାୟ କରାଯାଇଛି। ଜୁନ୍‌ ଓ ଜୁଲାଇରେ ଆଦାୟ ରାଶି ପରିମାଣ ଯଥାକ୍ରମେ ୭୫୯.୧୭ କୋଟି ଟଙ୍କା ଓ ୭୯୪.୦୨ କୋଟି ଟଙ୍କା ଥିଲା। ରିଟର୍ଣ୍ଣ ଫାଇଲିଂ ଲାଗି ଟିକସଦାତାମାନଙ୍କୁ ଅଧିକ ସମୟ ଦିଆଯାଇଥିବାରୁ ଉଭୟ ଜୁଲାଇ ଓ ଅଗଷ୍ଟ ମାସରେ ଆଦାୟ ସାମାନ୍ୟ ହ୍ରାସ ପାଇଛି।

ଅଗଷ୍ଟ‌ ମାସରେ ରାଜ୍ୟ ଜିଏସ୍‌ଟି (୬୮୬.୧୫ କୋଟି ଟଙ୍କା), କେନ୍ଦ୍ରୀୟ ଜିଏସ୍‌ଟି (୫୩୮.୯୧ କୋଟି ଟଙ୍କା), ସମନ୍ବିତ ଜିଏସ୍‌ଟି (୬୩୦.୧୪ କୋଟି ଟଙ୍କା) ଓ ସେସ୍‌ (୪୯୩.୦୮ କୋଟି ଟଙ୍କା) ଭାବେ ମୋଟ୍‌ ୨୩୪୮.୨୮ କୋଟି ଟଙ୍କା ଆଦାୟ ହୋଇଛି।

‌ସିଜିଏସ୍‌ଟି ବାବଦରେ ୫୩୮.୯୧ କୋଟି ଟଙ୍କା ଓ ୪୯୩.୦୮ କୋଟି ଟଙ୍କାର ସେସ୍‌ ଆଦାୟ ହୋଇଛି। ଗତବର୍ଷ ଅଗଷ୍ଟରେ ୫୩୪.୬୮ କୋଟି ଟଙ୍କାର ସିଜିଏସ୍‌ଟି ଓ ୪୪୮.୯୧ କୋଟି ଟଙ୍କାର ସେସ୍‌ ଆଦାୟ ହୋଇଛି। ଅଗଷ୍ଟରେ ୬୩୦.୧୪ କୋଟି ଟଙ୍କାର ସମନ୍ବିତ ଜିଏସ୍‌‌ଟି ଆଦାୟ ହୋଇଛି ଯାହା ଗତବର୍ଷ ୮୧୫.୧୭ କୋଟି ଟଙ୍କା ତୁଳନାରେ ୨୨.୭୦ ପ୍ରତିଶତ କମ୍।

ପେଟ୍ରୋଲିୟମ୍ ସାମଗ୍ରୀ ଉପରେ ଲଗାଯାଇଥିବା ଭାଟ୍‌ ଆକାରରେ ଜୁଲାଇ ଓ ଅଗଷ୍ଟରେ ରାଜ୍ୟରେ ଯଥାକ୍ରମେ ୫୨୧.୪୭ କୋଟି ଟଙ୍କା ଓ ୫୬୮.୭୮ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଜୁଲାଇରେ ୫୦୯.୦୩ କୋଟି ଟଙ୍କା ଓ ଅଗଷ୍ଟରେ ୪୯୧.୦୨ କୋଟି ଟଙ୍କା ଆଦାୟ ହୋଇଛି। ଉଭୟ ମାସରେ ଗତବର୍ଷ ତୁଳନାରେ ଅଧିକ ଭାଟ୍‌ ଆଦାୟ ହୋଇଛି। 

No comments