Page Nav

HIDE

Grid

GRID_STYLE

Classic Header

Breaking News:

latest

ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଣ୍ଟାରେ ୯୪,୩୭୨ ଆକ୍ରାନ୍ତ ଚିହ୍ନଟ,୧୧୧୪ ମୃତ ଦେଶ-ବିଦେଶନିଉଜ ଆଲର୍ଟ

୧୩।୦୯ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ଵର କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ଆମେରିକା ପଛକୁ ଦ୍ବିତୀୟ ସ୍ଥାନରେ ରହ...


୧୩।୦୯ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ଵର କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ଆମେରିକା ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲେ ହେଁ ଯେପରି ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି ଭାରତ ଖୁବ୍‌ ଶିଘ୍ର ବିଶ୍ଵରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ପ୍ରଥମ ସ୍ଥାନକୁ ଯିବ ତାହା ନିସନ୍ଦେହ। କାରଣ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହୁଛି। ଏହାରି ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୪ ହଜାର ୩୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭ ଲକ୍ଷ ୫୪ ହଜାର ୩୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ ଲକ୍ଷ ୨ ହଜାର ୫୯୬ ଜଣ ସୁସ୍ଥ ହୋଇଛନ୍ତି, ସେହିପରି ୭୮ ହଜାର ୫୮୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୭୩ ହଜାର ୧୭୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି

No comments