Page Nav

HIDE

Grid

GRID_STYLE

Classic Header

Breaking News:

latest

ଦେଶରେ ଖୁବ ଶୀଘ୍ର ମୋବାଇଲ ସେବା ମହଙ୍ଗା ହବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଟେଲିକମ୍ କଂପାନିଗୁଡ଼ିକୁ ଆସନ୍ତା ୭ ମାସ ଭିତରେ ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜ...

ଦେଶରେ ଖୁବ ଶୀଘ୍ର ମୋବାଇଲ ସେବା ମହଙ୍ଗା ହବ।



ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଟେଲିକମ୍ କଂପାନିଗୁଡ଼ିକୁ ଆସନ୍ତା ୭ ମାସ ଭିତରେ ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌)ର ୧୦ ପ୍ରତିଶତ ରାଶି ଦେବାକୁ ପଡ଼ିବ। ସେହି ଟଙ୍କା ଯୋଗାଡ଼ କରିବା ମୋବାଇଲ୍‌ କଂପାନିଗୁଡ଼ିକ ପାଇଁ କଷ୍ଟକର ହେବ।

ଦେଶର ଦୁଇ ପ୍ରମୁଖ ଟେଲିକମ୍ କଂପାନି ଭାରତୀ ଏୟାରଟେଲ୍‌କୁ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୨୬୦୦ କୋଟି ଟଙ୍କା ଓ ଭୋଡାଫୋନ୍ ଆଇଡିଆକୁ ୫୦୦୦ କୋଟି ଟଙ୍କା ଗଣିବାକୁ ପଡ଼ିବ। ଏହି ଟଙ୍କା ଯୋଗାଡ଼ କରିବାକୁ ହେଲେ ଏୟାରଟେଲ୍‌କୁ ନିଜର ଗ୍ରାହକ ପିଛା ରାଜସ୍ବରେ ୧୦ ପ୍ରତିଶତ ଓ ଭୋଡାଫୋନ୍ ଆଇଡିଆକୁ ୨୭ ପ୍ରତିଶତ ବୃଦ୍ଧି ଆଣିବାକୁ ପଡ଼ିବ। ‌ସେମାନେ ପ୍ରଦାନ କରୁଥିବା ସେବା ମୂଲ୍ୟ ବୃଦ୍ଧି ବିନା ଏଭଳି ଚମତ୍କାର ହେବା ସମ୍ଭବ ନୁହେଁ। 

। ବର୍ତ୍ତମାନ ଏୟାରଟେଲ୍‌ର ଗ୍ରାହକ ପିଛା ହାରାହାରି ରାଜସ୍ବ (ଆର୍‌ପୁ) ୧୫୭ ଟଙ୍କା ଥିବା ବେଳେ ଭୋଡାଫୋନ୍ ଆଇଡିଆର ୧୧୪ ଟଙ୍କା ରହିଛି। ବ୍ରୋକରେଜ୍ ସଂସ୍ଥା ଜାଫେରିଜ୍ ପକ୍ଷରୁ ଆକଳନ କରାଯାଇଛି ଯେ ଟେଲିକମ୍ କଂପାନିଗୁଡ଼ିକ ଖୁବଶୀଘ୍ର ସେମାନଙ୍କ ସେବା ଦରରେ ୧୦ ପ୍ରତିଶତ ବୃଦ୍ଧି କରି‌ବେ। କେବଳ ସୁପ୍ରିମକୋର୍ଟଙ୍କ ରାୟର ପ୍ରଭାବ ନୁହେଁ, ସ୍ପେକ୍ଟ୍ରମ୍ ମୂଲ୍ୟ ସମେତ ଡାଟା ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ନିଜର ଭିତିଭୂମିକୁ ସେହି ଅନୁସାରେ ପ୍ରସ୍ତୁତ ରଖିବା ଲାଗି ମଧ୍ୟ ଟେଲିକମ୍ କଂପାନିଗୁଡ଼ିକୁ ବିପୁଳ ପରିମାଣର ପୁଞ୍ଜିନିବେଶ ଜାରି ରଖିବାକୁ ପଡ଼ୁଛି। 

No comments