ବଲିଉଡ୍ ଅଭିନେତା ଶାହିଦ୍ କପୁରଙ୍କୁ ଆଗକୁ ତେଲଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ୍ରେ ଦେଖିବାକୁ ମିଳିବ । କରୋନା କାରଣରୁ ଫିଲ୍ମର ସୁଟିଂ ବାଧାପ୍ରାପ୍ତ ହୋଇଥିବାବେ...
କରୋନା କାରଣରୁ ଫିଲ୍ମର ସୁଟିଂ ବାଧାପ୍ରାପ୍ତ ହୋଇଥିବାବେଳେ ଆସନ୍ତା ମାସରୁ ଶାହିଦ୍ ପୁଣି ଏହାର ସୁଟିଂସେଟ୍କୁ ଫେରିବେ ବୋଲି ଜଣାପଡ଼ିଛି ।
ଶାହିଦ୍ ତାଙ୍କ କ୍ରିକେଟ୍ ଦକ୍ଷତା ବୃଦ୍ଧି ପାଇଁ ପୁଣି ଉଦ୍ୟମ ଆରମ୍ଭ କରିଛନ୍ତି । ଅକ୍ଟୋବର ପ୍ରଥମ ସପ୍ତାହରୁ ‘ଜର୍ସି’ର ସୁଟିଂ ପାଇଁ ଏକ ୧୫ ଦିନିଆ ସିଡ୍ୟୁଲ ସ୍ଥିର କରାଯାଇଛି । ଏହି ସମୟରେ ଡେରାଡୁନ୍ ଏବଂ ଚଣ୍ଡିଗଡ଼ରେ ସୁଟିଂ କରାଯିବ ।
ଶାହିଦ୍ଙ୍କ ସମେତ ଫିମେଲ୍ ଲିଡ୍ରେ ଥିବା ମୃଣାଳ ଠାକୁର ଓ ଆଉ କିଛି କଳାକାର ଏଥରକ ସୁଟିଂରେ ଭାଗ ନେବେ ।’ କ୍ରିକେଟ୍କୁ ଭଲ ପାଉଥିବା ଜଣେ ବାପା ଓ ତାଙ୍କ ପୁଅ ମଧ୍ୟରେ ସଂପର୍କକୁ ନେଇ ଫିଲ୍ମଟି ଗତିଶୀଳ । ଗୌତମ ଟିନ୍ନାନୁରୀ ଏହାର ନିର୍ଦ୍ଦେଶନାରେ ଅଛନ୍ତି ।


No comments