Page Nav

HIDE

Grid

GRID_STYLE

Classic Header

Breaking News:

latest

‘ସୁଇସାଇଡ୍‌ ଅର୍‌ ମର୍ଡର; ଏ ଷ୍ଟାର ୱାଜ୍‌ ଲଷ୍ଟ’: ମୁଖ୍ୟ ଭୂମିକାରେ ଅଭିନୟ କରିବେ ସୁଶାନ୍ତ ସିଂ ରାଜପୁତଙ୍କ ହମ୍‌ସକଲ ସଚିନ୍

‘ସୁଇସାଇଡ୍‌ ଅର୍‌ ମର୍ଡର; ଏ ଷ୍ଟାର ୱାଜ୍‌ ଲଷ୍ଟ’: ମୁଖ୍ୟ ଭୂମିକାରେ ଅଭିନୟ କରିବେ ସୁଶାନ୍ତ ସିଂ ରାଜପୁତଙ୍କ ହମ୍‌ସକଲ ସଚିନ୍ ମୁମ୍ବାଇ ୨୧/୦୭: ଗତ ମାସରେ ବଲି...

‘ସୁଇସାଇଡ୍‌ ଅର୍‌ ମର୍ଡର; ଏ ଷ୍ଟାର ୱାଜ୍‌ ଲଷ୍ଟ’: ମୁଖ୍ୟ ଭୂମିକାରେ ଅଭିନୟ କରିବେ ସୁଶାନ୍ତ ସିଂ ରାଜପୁତଙ୍କ ହମ୍‌ସକଲ ସଚିନ୍

ମୁମ୍ବାଇ ୨୧/୦୭: ଗତ ମାସରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ପ୍ରଶଂସକମାନେ ଏବେ ବି ସେମାନଙ୍କ ପ୍ରିୟ ଷ୍ଟାରଙ୍କୁ ଝୁରୁଛନ୍ତି । ଇତିମଧ୍ୟରେ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା ସଚିନ ତିୱାରୀଙ୍କ ଫଟୋ ଓ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି ।
ଟିକ୍‌ଟକ୍‌ ଷ୍ଟାର ସଚିନଙ୍କ ସଂପର୍କରେ ଏବେ ଏକ ନୂଆ କଥା ବି ଶୁଣିବାକୁ ମିଳୁଛି । ସୁଶାନ୍ତଙ୍କ ଜୀବନ ଉପରେ ଏକ ଫିଲ୍ମ ନିର୍ମାଣ ହେଉଥିବାବେଳେ ସେଥିରେ ଲିଡ୍‌ ରୋଲ୍‌ରେ ଅଭିନୟ ପାଇଁ ତାଙ୍କୁ ଅଫର୍‌ ମିଳିଛି । ଫିଲ୍ମର ନାମ ରହିବ ‘ସୁଇସାଇଡ୍‌ ଅର୍‌ ମର୍ଡର: ଏ ଷ୍ଟାର ୱାଜ୍‌ ଲଷ୍ଟ’ ।
ବିଜୟ ଶେଖର ଗୁପ୍ତା ଏହାର ପ୍ରଯୋଜକ ଅଛନ୍ତି । ବିଜୟ ଏ ସଂପର୍କରେ ସୋସିଆଲ ମିଡିଆରେ ଘୋଷଣା କରିବା ସହ ଫିଲ୍ମର ପୋଷ୍ଟର ଜାରି କରିଛନ୍ତି । ସେପ୍ଟେମ୍ବରରେ ଏହାର ସୁଟିଂ ଆରମ୍ଭ ହେବ । ଫିଲ୍ମଟି ଖ୍ରୀଷ୍ଟମାସ ଅବସରରେ ରିଲିଜ୍‌ ହୋଇପାରେ ।ସୂଚନାଥାଉକି, ସଚିନ ଉତ୍ତରପ୍ରଦେଶର ରାୟବରେଲୀ ଜିଲ୍ଲାର ବାସିନ୍ଦା । ଅଭିନୟ ପ୍ରତି ତାଙ୍କର ପିଲାଦିନରୁ ଦୁର୍ବଳତା ରହିଛି । ସୁଶାନ୍ତଙ୍କୁ ସେ ନିଜର ପ୍ରେରଣା ବୋଲି ମନେ କରନ୍ତି ।

No comments