Page Nav

HIDE

Grid

GRID_STYLE

Classic Header

Breaking News:

latest

ମଧ୍ୟବିତ୍ତ ପରିବାରକୁ କନ୍ଦାଉଛି କରୋନା

୨୯/୦୭: ସମଗ୍ର ବିଶ୍ୱରେ ମହାମାରୀ କରୋନା ତାର କାୟା ବିସ୍ତାର କରି ତାଣ୍ଡବର ଲୀଳା ରଚିବାରେ ଲାଗିଛି। ଗୋଟିଏ ପଟେ ମଣିଷ ନିଜ ଜୀବନକୁ ରକ୍ଷା କରିବା ପାଇଁ ଯୁଦ୍ଧ କରୁଥିବ...

୨୯/୦୭: ସମଗ୍ର ବିଶ୍ୱରେ ମହାମାରୀ କରୋନା ତାର କାୟା ବିସ୍ତାର କରି ତାଣ୍ଡବର ଲୀଳା ରଚିବାରେ ଲାଗିଛି। ଗୋଟିଏ ପଟେ ମଣିଷ ନିଜ ଜୀବନକୁ ରକ୍ଷା କରିବା ପାଇଁ ଯୁଦ୍ଧ କରୁଥିବା ବେଳେ ଅନ୍ୟ ପଟେ ଜୀବନ ଜୀବିକା ପାଇଁ ସଂଘର୍ଷର ଲଢେଇ ଜାରି ରଖିଛି। ଲକ୍‍ ଡ଼ାଉନ ଯୋଗୁଁ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଥିଲା। ଏଥି ଯୋଗୁଁ ଅନେକ ଅଣୁ, କ୍ଷୁଦ୍ର ଓ ମଧ୍ୟ ଧରଣର ଉଦୌଗ କ୍ଷତିଗ୍ରସ୍ତ ହୋଇଥିବାରୁ ତାର ପ୍ରଭାବରେ ଅନେକ ଲୋକ ବେରୋଜଗାର ହୋଇଛନ୍ତି। ହେଲେ ପରବର୍ତି ମୂହୂର୍ତରେ ସରକାର ନିତି ନିୟମରେ କୋହଳ କରିବା ପରେ ମଧ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡ଼ିକର ଆର୍ଥିକ କାରବାର ମାନ୍ଦା ରହିଛି। ଯାହା କାରଣରୁ ନୂତନ ନିଯୁକ୍ତି ତ ଦୁରତ କଥା ଅନେକ ବ୍ୟବସାୟୀକ ସଂସ୍ଥା ଗୁଡ଼ିକରେ କର୍ମଚାରୀ ଛଟେଇ ହେବା ସାଙ୍ଗକୁ ଦରମା କାଟ ତଥା ଦରମା ମିଳିବାରେ ବିଳମ୍ବ ହେଉଛି। ଏପରି ସ୍ଥିତିରେ ବିଶେଷ କରି ମଧ୍ୟବିତ୍‍ତ ପରିବାରଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଲୋକଙ୍କ ପୂର୍ବ ସଂଚିତ ଟଙ୍କା ଶେଷ ହୋଇ ଆସୁଥିବାରୁ ଗୋଟିଏ ପଟେ ଅର୍ଥର ଚିନ୍ତା ଘାରିଥିବା ବେଳେ ଅନ୍ୟ ପଟେ ଧାର କରଜ ମୁଣ୍ଡାଇ ଆଗକୁ କିପରି ପରିବାର ପୋଷଣ କରିବେ ସେ ନେଇ ଦୁଶ୍ଚିନ୍ତାରେ ଦିନ ବିତାଉଛନ୍ତି।କରୋନା ପ୍ରଭାବରେ ସାରା ଦେଶରେ ଗତ ମାର୍ଚ୍ଚ ୨୪ ତାରିଖରୁ ଲକ୍‍ ଡ଼ାଉନ କରାଯାଇଥିଲା। ଲକ୍‍ ଡ଼ାଉନ କାରଣରୁ ନିର୍ମାଣ କାର୍ଯ୍ୟ, ଶିଳ୍ପାନୁଷ୍ଠାନ, ମୋଟର ଗ୍ୟାରେଜ ଓ ଅନ୍ୟାନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡ଼ିକ ସମ୍ପୁର୍ଣ ବନ୍ଦ ରହିଥିଲା। ତେଣୁ ଜୀବନ ଜୀବୀକା ନିର୍ବାହ ପାଇଁ ବାହାର ରାଜ୍ୟରୁ ଆସି ବ୍ରଜରାଜନଗର ତଥା ପଡ଼ୋଶୀ ଜିଲ୍ଲାରେ କାର୍ଯ୍ୟରତ ଥିବା ଶ୍ରମିକମାନେ ବର୍ତମାନ ଭାରିମାତ୍ରାରେ ଅଂଚଳ ଛାଡ଼ି ଚାଲି ଯାଇଥିବା ବେଳେ ଅନେକ ସ୍ଥାନୀୟ ଶ୍ରମିକ ଏବଂ କର୍ମଚାରୀ ଜୀବନ ଜୀବିକା ହରାଇଛନ୍ତି। ରାସ୍ତା କଡ଼ର ଠେଲାରେ ବିକ୍ରି କରୁଥିବା ଚା, ଜଳଖିଆ ଦୋକାନୀଠାରୁ ଆରମ୍ଭ କରି ରେଷ୍ଟୁରାଂଟ, ବଡ଼ ବଡ଼ ମଲ ପର୍ଯ୍ୟନ୍ତ ସମସ୍ତଙ୍କ ବ୍ୟବସାୟ ଠପ ହୋଇଯାଇଛି। ଅନେକ କ୍ଷୁଦ୍ର ମଧ୍ୟବିତ୍‍ତ ବ୍ୟବସାୟୀ ଓ କାମ କରି ସେଥିରେ ଘର ଚଳାଉଥିବା କର୍ମଚାରୀ ରୋଜଗାରହୀନ ହୋଇଯାଇଛନ୍ତି।

ତେବେ ଗରୀବ ବିପିଏଲ ପରିବାରକୁ ସରକାର ମାଗଣାରେ ଡ଼ାଲି ଚାଉଲ ଯୋଗାଇବା ସହ ସେମାନଙ୍କୁ କର୍ମ ସଂସ୍ଥାନ ଯୋଗାଇବା ପାଇଁ ମନରେଗା ପରି ବିଭିନ୍ନ ସରକାରୀ ଯୋଜନା ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ହେଲେ ମଧ୍ୟବିତ୍‍ତ ତଥା ନିମ୍ନ ମଧ୍ୟବିତ୍‍ତ ପରିବାର ପାଇଁ କାଣିଚାଏ ବି ସରକାରୀ ଯୋଜନା ନାହିଁ। ବିଶେଷ କରି ବିଭିନ୍ନ ଘରୋଇ କ୍ଷେତ୍ରରେ ଛୋଟ ଝୋଟ ଚାକିରି କରୁଥିବା ତଥା ଅଳ୍ପ ପୁଞ୍ଜିରେ ବ୍ୟବସାୟ କରି ପରିବାର ଚଳାଉଥିବା ଲୋକଙ୍କ ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଲାଣି। ଘରୋଇ କ୍ଷେତ୍ରରେ ଦରମା କାଟରୁ ଆରମ୍ଭ କରି ଛଟେଇ ପର୍ବ ଜୋର ସୋରରେ ଚାଲିଛି। ସେପଟେ ବାରମ୍ବାର ଲକ ଡ଼ାଉନ ଓ ସଟ ଡ଼ାଉନ ଯୋଗୁଁ କ୍ଷୁଦ୍ର ବ୍ୟବସାୟୀଙ୍କ ଘରେ ଚୂଲି ଜଳିବା କଷ୍ଟକରି ହେଲାଣି। ପୂର୍ବରୁ ଯାହା ସଂଚିତ ଧନ ଥିଲା ତାହା ବି ରୋଜଗାର ଠପ୍ପ ହେବାରୁ ସରିଗଲାଣି। ଏ ପରି କି ଆତ୍ମୀୟଙ୍କଠାରୁ ଅନେକ ଧାର କରଜର ବୋଝବି ମୁଣ୍ଡାଇ ବି ପଡ଼ିଲାଣି। ଏ ଭଳି ସ୍ଥିତିରେ ଘର ଚାଳଇବା ପାଇଁ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଯଥା, ବିଦ୍ୟୁତ ବିଲ, ମୋବାଇଲ ଖର୍ଚ୍ଚ ଏବଂ ଘର ଭଡ଼ା ଆଦି ଖର୍ଚ୍ଚ ତୁଳାଇବା ଅସହୟ ହେଲାଣି। ଅପରପକ୍ଷେ ସ୍ୱାଭିମାନର ସହ ବଂଚି ଆସିଥିବା ଏହି ନିମ୍ନ ମଧ୍ୟବିତ୍‍ତ ପରିବାର ଗୁଡ଼ିକ ପର ପାଖରେ ହାତ ପତାଇବା କାଠିକର ହୋଇ ପଡ଼ିଛି। ଫଳରେ କରୋନା ରୋଗଠାରୁ ପେଟ ପାଟଣାର ଚିନ୍ତା ଜୀବନକୁ ଅଧିକ ଦହଗଞ୍ଜ କଲାଣି।

No comments