Page Nav

HIDE

Grid

GRID_STYLE

Classic Header

Breaking News:

latest

୩ଫୁଟ ୬ଇଞ୍ଚ ଉଚ୍ଚତା ଥିବା ଝିଅ ହେଲେ ଆଇଏଏସ୍‌

୨୯/୦୭ :ମନରେ ଆତ୍ମବିଶ୍ୱାସ ଥିଲେ ସମସ୍ତ କାମ ସମ୍ଭବ ହୋଇଥାଏ। ଏଭଳି ଏକ ଉକ୍ତିର ପ୍ରମାଣ କରି ଦେଖାଇଛନ୍ତି ଜଣେ ତିନିଫୁଟ ଛଅ ଇଞ୍ଚ ଉଚ୍ଚତା ଥିବା ଝିଅ। ୧୯୭୯ ଜୁଲାଇ ୧୮...


୨୯/୦୭ :ମନରେ ଆତ୍ମବିଶ୍ୱାସ ଥିଲେ ସମସ୍ତ କାମ ସମ୍ଭବ ହୋଇଥାଏ। ଏଭଳି ଏକ ଉକ୍ତିର ପ୍ରମାଣ କରି ଦେଖାଇଛନ୍ତି ଜଣେ ତିନିଫୁଟ ଛଅ ଇଞ୍ଚ ଉଚ୍ଚତା ଥିବା ଝିଅ। ୧୯୭୯ ଜୁଲାଇ ୧୮ରେ ଉତ୍ତରାଖଣ୍ଡର ଡେରାଡୁନ୍‌ ବିଜୟ କଲୋନୀରେ ବସବାସ କରୁଥିବା କର୍ଣ୍ଣେଲ ରାଜେନ୍ଦ୍ର ଡୋଗ୍ରା ତଥା ଏକ ଘରୋଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ଥିବା କୁମ୍‌କୁମ୍‌ଙ୍କ କନ୍ୟା ସନ୍ତାନଟିଏ ଜନ୍ମ ହୋଇଥିଲା। ସନ୍ତାନର ନାମ ଦିଆଗଲା ଆରତୀ ଡୋଗ୍ରା। କୁମ୍‌କୁମ୍‌ଙ୍କ ଆରତୀ ଥିଲା ପ୍ରଥମ ସନ୍ତାନ।ଆରତୀ ଡୋଗ୍ରାଙ୍କ ଜନ୍ମ ପରେ ଡାକ୍ତରମାନେ କହିଥିଲେ ଯେ, ଝିଅଟି ଅନ୍ୟମାନଙ୍କ ଭଳି ସାଧାରଣ ଜୀବନଯାପନ କରି ପାରିବ ନାହିଁ। ଏହାକୁ ନେଇ ଆରତୀଙ୍କ ପିତା-ମାତାଙ୍କୁ ଲୋକମାନେ ଅନେକ ଥଟ୍ଟା ପରିହାସ କରିବା ସହିତ ଝିଅ ବୋଝ ହୋଇଗଲା ବି କହିଥିଲେ। ଏମିତିକି ଆରତୀ ଡୋଗ୍ରାଙ୍କ ପିତାମାତାଙ୍କୁ ଦ୍ୱିତୀୟ ସନ୍ତାନ ଜନ୍ମ କରିବାକୁ କେତେକ ପ୍ରସ୍ତାବ ବି ଦେଇଥିଲେ। କିନ୍ତୁ ଏକମାତ୍ର ସନ୍ତାନକୁ ପାଠପଢ଼ାଇ ମଣିଷ କରିବେ ବୋଲି ଆରତୀଙ୍କ ପିତା-ମାତା ମନ ସ୍ଥିର କରି ନେଇଥିଲେ। ଆଉ ଆରତୀ ଡୋଗ୍ରା ଆଜି ଜଣେ ଆଇଏଏସ୍‌ ଅଧିକାରୀ ଭାବେ ପରିଚୟ ହାସଲ କରି ପିତା-ମାତାଙ୍କ ନାମ ରଖିଛନ୍ତି।

 प्रधानमंत्री नरेंद्र मोदी भी हैं मुरीद

ଆରତୀ ଡୋଗ୍ରା ଆଇଏଏସ୍‌ ମନୀଷା ପାନୱାରଙ୍କୁ ସାକ୍ଷାତ କରିବା ପରେ ତାଙ୍କର ଜୀବନର ମୋଡ ପରିବର୍ତ୍ତନ ହୋଇଥିଲା। ଏହାପରେ ଆରତୀ ୟୁପିଏସ୍‌ସିର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ୨୦୦୫ ରେ ସେ ପ୍ରଥମ ଥର ପରୀକ୍ଷା ଦେଇ ଅଖିଳ ଭାରତୀୟ ସ୍ତରରେ ୫୬ ତମ ସ୍ଥାନ ପାଇଥିଲେ ଏବଂ ରାଜସ୍ଥାନ କ୍ୟାଡର ଭାବେ ତାଙ୍କୁ ଚୟନ କରାଯାଇଥିଲା। ସମ୍ପ୍ରତି ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାମ କରୁଛନ୍ତି।

No comments