Page Nav

HIDE

Grid

GRID_STYLE

Classic Header

Breaking News:

latest

୭୪ତମ ସ୍ବାଧୀନତା ଦିବସରେ ମୋଦୀ କରିବେ ତ୍ରିରଙ୍ଗା ଉତ୍ତୋଳନ,

୨୫/୦୭: ଆଗାମୀ ଅଗଷ୍ଟ ୧୫ ତାରିଖ ୭୪ତମ ସ୍ବାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ...


୨୫/୦୭: ଆଗାମୀ ଅଗଷ୍ଟ ୧୫ ତାରିଖ ୭୪ତମ ସ୍ବାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ। ତେବେ ଚଳିତ ବର୍ଷ ମହାମାରୀ କରୋନାଭୂତାଣୁ ଯୋଗୁଁ ଦେଶରେ ଦେଖାଯାଇଥିବା ସଂକଟଜନକ ପରିସ୍ଥିତି ଯୋଗୁଁ ସ୍ବାଧୀନତା ଦିବସ ପାଳନ ଅନ୍ୟ ବର୍ଷମାନଙ୍କ ପରି ଉତ୍ସବମୁଖର ହେବନନାହିଁ ବୋଲି ଜଣାଯାଇଛି। ଏଥିରେ ଆୟୋଜିତ ପ୍ୟାରେଡ୍‌ରେ କୌଣସି ପ୍ରକାର ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗନେବେନାହିଁ।

ସେଥିପାଇଁ କେବଳ ୩୦୦ ଜଣ ସମର ଶିକ୍ଷାର୍ଥୀ ବାହିନୀଙ୍କୁ ଆମନ୍ତ୍ରଣ କରାଯାଇଛି। ସବୁଠି ସାମାଜିକ ଦୂରତା ବଜାୟ ରଖାଯିବ ଏବଂ କର୍ମଚାରୀମାନେ ପିପିଇ କିଟ୍‌ ପରିଧାନ କରିବେ। ସେହିପରି ଏବର୍ଷ ୯୦୦ରୁ ୧୦୦୦ ଅତିଥି ବଦଳରେ ମାତ୍ର ୨୦୦ରୁ ୨୫୦ ଜଣ ନିମନ୍ତ୍ରଣ ଅତିଥି ସମାରୋହ ସ୍ଥଳରେ ଉପସ୍ଥିତ ରହିବେ। ସେହିପରି ରାଜ୍ୟମାନେ ମଧ୍ୟ ଅନୁରୂପ ଭାବେ ସ୍ବାଧୀନତା ଦିବସ ସମାରୋହରେ ଯଥାସମ୍ଭବ କମ୍‌ ଜନଗହଳି ସହ ମାସ୍କ ପରିଧାନ ବାଧ୍ୟତାମୂଳକ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

No comments