Page Nav

HIDE

Grid

GRID_STYLE

Classic Header

Breaking News:

latest

ଗୁରୁତର କରୋନା ରୋଗୀଙ୍କ ପାଇଁ ପ୍ଲାଜମା ପାଲଟିଛି ବରଦାନ।

୨୫/୦୭:ଓଡ଼ିଶାରେ ବର୍ତ୍ତମାନସୁଦ୍ଧା ୧୩ ଜଣଙ୍କୁ ପ୍ଲାଜମା ଦିଆଯାଇଛି। ସବୁଟଠୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମରେ ୩ ଜଣଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଉଛି। ...


୨୫/୦୭:ଓଡ଼ିଶାରେ ବର୍ତ୍ତମାନସୁଦ୍ଧା ୧୩ ଜଣଙ୍କୁ ପ୍ଲାଜମା ଦିଆଯାଇଛି। ସବୁଟଠୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମରେ ୩ ଜଣଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଉଛି। ଅଶ୍ୱିନୀ ହସ୍ପିଟାଲ, ସମ୍‌ ହସ୍ପିଟାଲ ଏବଂ କିମ୍‌ସ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। ଗଞ୍ଜାମର ଟାଟା କୋଭିଡ୍‌ ହସ୍ପିଟାଲରେ ବି ପ୍ଲାଜମା ଥେରାପି ଆରମ୍ଭ ହୋଇଛି।

ଏସ୍‌ସିବି ମେଡିକାଲରେ କଲେଜ ପ୍ଲାଜମା ବ୍ୟାଙ୍କ କରାଯାଇଥିବା ବେଳେ ବ୍ରହ୍ମପୁର ଏମ୍‌କେସିଜି, କ୍ୟାପିଟାଲ ହସ୍ପିଟାଲ ଏବଂ ରାଉରକେଲା ଆଇଜିଏଚ୍‌ରେ ପ୍ଲାଜମା ବ୍ୟାଙ୍କ ହେବ ବୋଲି ସରକାର ଘୋଷଣା କରିଛନ୍ତି। 
ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାରେ ପ୍ଲାଜମା ଥେରାପି କାମ କରିବା ପରେ ସରକାର ଏହାକୁ ସଫଳ କରିବା ପାଇଁ ଆଗକୁ ଆସିଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ଭଲ ଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରନ୍ତୁ ବୋଲି ସରକାର ଅପିଲ କରିଛନ୍ତି। ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବାକୁ ସରକାର ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି।







ଓଡ଼ିଶାରେ ସଫଳ ହେଲା ପ୍ଲାଜମା ଥେରାପି। ପ୍ଲାଜମା ନେଇଥିବା କରୋନା ରୋଗୀ ମମତା ସେନ୍‌ (୪୮) ସୁସ୍ଥ ହୋଇ ଘେରକୁ ଫେରିବା ପରେ ଅନ୍ୟ ରୋଗୀଙ୍କ ମନରେ ନୂଆ ଆଶା ସଞ୍ଚରିତ ହୋଇଛି। ପ୍ଲାଜମା ଦାନ ପାଇଁ କରୋନାରୁ ସୁସ୍ଥ ହୋଇଥିବା ରୋଗୀମାନଙ୍କୁ ଉତ୍ସାହିତ କରିବାକୁ ରାଜ୍ୟ ସରକାର ଆଗେଇ ଆସିଛନ୍ତି।

କଟକ ପୁରୁଣା ରାଉସା ପାଟଣା ଅଞ୍ଚଳର ମମତା ସେନ୍‌ କରୋନା ଆକ୍ରାନ୍ତ ହୋଇ ପ୍ରଥମେ ଆଠଗଡ଼ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନହେବାରୁ ଜୁଲାଇ ୧୫ରେ ତାଙ୍କୁ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ୧୬ ତାରିଖରେ ତାଙ୍କୁ ପ୍ଲାଜମା ଦିଆଯାଇଥିଲା। ତିନି ଦିନ ଧରି ତାଙ୍କୁ ଅବଜରଭେସନରେ ରଖାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେଧୀରେ ସୁଧୁରୁଥିଲା।

କରୋନାରେ ଆକ୍ରାନ୍ତ ହୋଇଥିବା ମମତା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ହେଲେ ପ୍ଲାଜମା ଥେରାପି ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମମତା ହେଉଛନ୍ତି ଓଡ଼ିଶାର ପ୍ରଥମ କରୋନା ରୋଗୀ ଯିଏ ପ୍ଲାଜମା ଥେରାପିରେ ସୁସ୍ଥ ହୋଇଛନ୍ତି।

କଟକ ଅଶ୍ୱିନୀ ହସ୍ପିଟାଲରେ ୫ ଜଣ ଗୁରୁତର ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି। ସେମାନଙ୍କ ଭିତରୁ ମମତା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

No comments